Below header

ଆକ୍ସନ ମୋଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ : ଦ୍ଵିତୀୟ ଦିନ ସୁଦ୍ଧା ଭଙ୍ଗାଗଲା ୪୬ଟି ବେଆଇନ କ୍ରସର ୟୁନିଟ

ଯାଜପୁର(କେନ୍ୟୁଜ) : ଫୁଲ ଆକ୍ସନ ମୋଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ। ପ୍ରଶାସନ ପକ୍ଷରୁ ବେଆଇନ କ୍ରସର ୟୁନିଟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଦ୍ଵିତୀୟ ଦିନ ସୁଦ୍ଧା ଧର୍ମଶାଳା ତହସିଲ ଅଧୀନରେ ଥିବା ୪୬ଟି କ୍ରସର ୟୁନିଟକୁ ଭାଙ୍ଗିଛି ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ।

CRUSHER-2ଗତକାଲି ପ୍ରଥମ ଦିନରେ ବିଛାଖଣ୍ଡି ଅଂଚଳରୁ ୨୦ଟି କ୍ରସର ୟୁନିଟକୁ ଉଚ୍ଛେଦ କରାଯାଇଥିବା ବେଳେ ଆଜି ଦ୍ଵିତୀୟ ଦିନରେ ବିଛାଖଣ୍ଡି, କୁସୁନପୁର ଓ ଚକ୍ରଧରପୁର ଅଂଚଳରେ ଥିବା ବେଆଇନ କ୍ରସର ୟୁନିଟଗୁଡିକୁ ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ଗଠିତ ସ୍କ୍ୱାର୍ଡରେ ଯାଜପୁର ଏଡିଏମ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ପ୍ରମୁଖ ସାମିଲ ଥିଲେ। ପୂର୍ବରୁ ତହସିଲ ପ୍ରଶାସନ ପକ୍ଷରୁ ଏହି କ୍ରସର ୟୁନିଟଗୁଡିକୁ ଉଚ୍ଛେଦ କରିବା ପାଇଁ ନୋଟିସ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.