ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ସମସ୍ତ କେନ୍ଦ୍ରରେ ଲାଗିଛି ସିସିଟିଭି

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୬୨ ହଜାର ୪୭୯ ଛାତ୍ରଛାତ୍ରୀ । ପ୍ରଥମ ଦିନ ମାତୃଭାଷା ବିଷୟରେ ପରୀକ୍ଷା ଚାଲିଛି ।

ଭୁବନେଶ୍ୱର (କେନ୍ୟୁଜ୍‌) : ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୬୨ ହଜାର ୪୭୯ ଛାତ୍ରଛାତ୍ରୀ । ପ୍ରଥମ ଦିନ ମାତୃଭାଷା ବିଷୟରେ ପରୀକ୍ଷା ଚାଲିଛି । ୯ଟାରୁ ୧୧ଟା ୩୦ ଯାଏ ପରୀକ୍ଷା ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ ଚଳିତ ବର୍ଷ ପରୀକ୍ଷା ପରିଚାଳନାରେ ଆର୍ଟିଫିସିଆଲ ଇଣ୍ଟେଲିଜେନସୀ ବ୍ୟବହାର ହୋଇଛି । ଏ କ୍ଷେତ୍ରରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦେଶରେ ପ୍ରଥମ ।

ମୋଟ ୩ହଜାର ୪୭ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିଛି। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି କଣ୍ଟ୍ରୋଲ କମାଣ୍ଡ ସେଣ୍ଟର । କଣ୍ଟ୍ରୋଲ କମାଣ୍ଡ ସେଣ୍ଟରରୁ ପୂରା ପରୀକ୍ଷା ନିୟନ୍ତ୍ରଣ କରାଯିବ । ଅଧିକ ସମ୍ବେଦନଶୀଳ କେନ୍ଦ୍ରଗୁଡକରେ ସିସିଟିଭି ଆର୍ଟିଫିସିଆଲ୍ ଇଣ୍ଟେଲିଜେନସି(ଏଆଇ) ମାଧ୍ୟମରେ ସ୍କୁଲରେ ବିଭିନ୍ନ ଗତିବିଧି ଉପରେ ନଜର ରଖାଯାଉଛି । ନୋଡାଲ ସେଣ୍ଟର ଗୁଡିକରେ ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି  । ହଲରେ ବ୍ୟତିକ୍ରମ ହେଲେ ଏହାକୁ ଚିହ୍ନଟ କରି କଣ୍ଟ୍ରୋଲ ରୁମ୍ କୁ ଆଲର୍ଟ ଦେବ AI କ୍ୟାମେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.