Below header

ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେଉଛି ଫର୍ମ ଫିଲପ୍‌, ଜୁଲାଇ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ 

କଟକ(କେ ନ୍ୟୁଜ): ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଆଜିଠୁ ଫର୍ମ ଫିଲପ୍‌ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୋଷ ଛାତ୍ରଛାତ୍ରୀ ଅନଲାଇନରେ ଫର୍ମ ଫିଲପ୍‌ କରିବେ। ଛାତ୍ରଛାତ୍ରୀଙ୍କୁ ଏଥିପାଇଁ କୌଣସି ଫି ଦେବାକୁ ପଡିବ ନାହିଁ । ଜୁଲାଇ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମପୂରଣ ସମୟ ଦେଇଛି ବୋର୍ଡ । ଏଥିପାଇଁ www.bseodisha.ac.in ୱେବସାଇଟରେ ସମସ୍ତ ନିର୍ଦ୍ଦେଶାବଳୀ ଦିଆଯାଇଛି ।

ଅଫଲାଇନ ପରୀକ୍ଷାର ମାର୍କ ଚୂଡାନ୍ତ ମାର୍କ ହେବ । ଜୁଲାଇ ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ଯାଏ ଚାଲିବ । କୋଭିଡ କଟକଣା ମାନି ହେବ ପରୀକ୍ଷା । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପରୀକ୍ଷା ଚାଲିବ । କେବଳ ଗଣିତ ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ସମୟ ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.