ଆଧାର କାର୍ଡରେ କେତେଥର ବଦଳାଇପାରିବେ ନାମ, ଲିଙ୍ଗ ଓ ଜନ୍ମତାରିଖ? ଜାଣନ୍ତୁ

ଯଦି ଆପଣ ଆଧାର କାର୍ଡରେ ଜନ୍ମ ତାରିଖ, ନାମ, ଠିକଣା ବା ଲିଙ୍ଗ ବଦଳାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ କେତେଥର ଏହାକୁ ବଦଳାଇ ପାରିବେ ତାହା ଜାଣିବା ଅତ୍ୟନ୍ତ ଜରୁରୀ । ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଜିର ସମୟରେ ବ୍ୟାଙ୍କ ସହ ଜଡ଼ିତ କାଗଜପତ୍ର, ଟଙ୍କା କାରବାର, ଘର କିଣିବା ଓ ଗାଡ଼ି କିଣିବାବା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରକାର୍ଡ ଜରୁରୀ । ଏଭଳି ପରିସ୍ଥିତିରେ ଆଧାରକାର୍ଡକୁ ଅପଡେଟ ରଖିବା ଅତ୍ୟନ୍ତ ଜରୁରୀ ।

aadhaar-card

ତେବେ ଆଧାରକାର୍ଡକୁ ଅନଲାଇନ୍ କିମ୍ବା ଅଫଲାଇନ ମାଧ୍ୟମରେ ଅପଡେଟ୍ କରିପାରିବେ । ଯେକୌଣସି ବ୍ୟକ୍ତି ଆଧାରକାର୍ଡରେ ନିଜ ନାଁ, ଜନ୍ମତାରିଖ, ମୋବାଇଲ ନମ୍ବର ଓ ଇମେଲ ଆଇଡି ଅପଡେଟ କରିପାରିବ । ଆଧାର ଅପଡ଼େଟ କରିବାର ପ୍ରକ୍ରିୟାକୁ ଅଧିକ ସହଜ କରିଦେଇଛି UIDAI ।

UIDAIର ସୂଚନା ମୁତାବକ, ଆଧାର କାର୍ଡ ହୋଲ୍ଡର କେବଳ ୨ ଥରେ ନିଜ ନାଁ ଅପଡେଟ କରିପାରିବ । ଏହା ସହ ଜନ୍ମତାରିଖ ଓ ଲିଙ୍ଗ କେବଳ ଥରେ ଅପଡେଟ କରିପାରିବେ ଆଧାରକାର୍ଡ ହୋଲ୍ଡର । ନାଁ, ଜନ୍ମତାରିଖ ଓ ଲିଙ୍ଗ ବଦଳାଇବା ପାଇଁ ଆପଣ ଆଧାର ସେଣ୍ଟର ଯାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.