Below header

Jioର ଦମଦାର ଅଫର: ବିନା ଟଙ୍କାରେ କରନ୍ତୁ ୫ ଥର Recharge, ଜାଣନ୍ତୁ ଏହାର ପୁରା ପ୍ରକ୍ରିୟା ବିଷୟରେ 

ରିଲାଏନ୍ସ ଜିଓ ନିଜର କୋଟି କୋଟି ଗ୍ରାହକଙ୍କୁ ସରପ୍ରାଇଜ ଦେବାକୁ ବହୁତ ଶାନଦାର ପ୍ଲାନର ଆରମ୍ଭ କରିଛି । ଏହି କ୍ରମରେ ଗ୍ରାହକ ଏବେ ବିନା ଟଙ୍କାରେ ୫ ଥର ନିଜ ଫୋନକୁ ରିଚାର୍ଜ କରିପାରିବେ । ଏହା ଏକ ଏମର୍ଜେନ୍ସି ଡାଟା ଲୋନ ସର୍ଭିସ ହେବ । ଯେଉଁଥିରେ ୟୁଜର୍ସ ଡେଲି ଡାଟା ଲିମିଟ ସରିବା ପରେ ବ୍ୟବହାର କରିପାରିବେ। ଆଉ ବିନା ଦ୍ୱନ୍ଦ୍ୱରେ ହାଇ ସ୍ପିଡ ଡାଟା ଏକ୍ସପିରିଏନ୍ସ ର ଲାଭ ମଧ୍ୟ ଉଠାଇ ପାରିବେ ।

କମ୍ପାନୀର କହିବାନୁସାରେ, ଏହି ସର୍ଭିସ ଖାସ ସେମାନଙ୍କ ପାଇଁ ରହିବ ଯେଉଁମାନେ ପ୍ରତିଦିନ ମିଳୁଥିବା ୪ଜି ଇଣ୍ଟରନେଟ ଡାଟା ମଧ୍ୟ କମ୍ ପଡ଼ିଯାଏ । ଏହି ଗ୍ରାହକ ଏବେ ହାଇସ୍ପିଡ ଡେଲି ଡାଟା କୋଟା ସରିବା ପରେ ତୁରନ୍ତ ରିଚାର୍ଜ କରିପାରିବେ । ସେମାନଙ୍କୁ ଏମର୍ଜେନ୍ସି ଡାଟା ଲୋନ ସର୍ଭିସ ମାଧ୍ୟମରେ ରିଚାର୍ଜ ନାଓ ଆଣ୍ଡ ପେ ଲାଟର ‘Recharge Now and Pay Later’ ର ସୁବିଧା ମିଳିଥାଏ । ଏହି ସୁବିଧା ମାଧ୍ୟମରେ ପ୍ରିପେଡ ୟୁଜର୍ସଙ୍କୁ ପ୍ରତ୍ୟେକ 1 ଜିବି ର ୫ ଏମର୍ଜେନ୍ସି ଡାଟା ଲୋନ ପ୍ୟାକ୍ସ ମୂଲ୍ୟ ୧୧ ଟଙ୍କା ପର୍ଯ୍ୟନ୍ତ ଉଧାର ନେବାକୁ ଅନୁମତି ମିଳିଥାଏ ।

କେମିତି କରିବେ ରିଚାର୍ଜ:

ସର୍ବ ପ୍ରଥମେ ଆପଣଙ୍କୁ ମାଇଁ ଜିଓ ଆପ୍ କୁ ଯିବାକୁ ପଡ଼ିବ । ଆପଣଙ୍କୁ ପେଜ୍ ର ଟପ୍ ଲିଷ୍ଟ ସାଇଡ ରେ ଥିବା ମେନ୍ୟୁ ର ଅପସନ ଦେଖାଯିବ । ଏବେ ଏହା ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କୁ ମୋବାଇଲ ସର୍ଭିସେସ୍ ଭିତରେ ଏମର୍ଜେନ୍ସି ଡାଟା ଲୋନକୁ ଖୋଲିବାକୁ ହେବ । ପରେ ଏମରଜେନ୍ସି ଡାଟା ଲୋନ ବ୍ୟାନର ପାଇଁ ପ୍ରୋସିଡ୍ ଉପରେ କ୍ଲିକ କରିବାକୁ ହେବ। ଏଠାରେ Get Emergency Data ଅପସନ ଦୃଶ୍ୟମାନ ହେବ । ଏହା ଉପରେ Click କରିବା ପରେ ଆପଣଙ୍କୁ ଆକ୍ଟିଭେଟ ନାଓ ଅପସନ ଦେଖାଯିବ । ଏହାପରେ କ୍ଲିକ କରିବା ପରେ ଆପଣଙ୍କର Emergency Data ପ୍ଲାନ ଆକ୍ଟିଭେଟ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.