ଆରମ୍ଭ ହେଲା ମାଟ୍ରିକ୍ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା, ୮ ହଜାର ୯୩୧ ସ୍କୁଲରେ ଚାଲିଛି

ଭୁବନେଶ୍ବର(କେନ୍ଯୁଜ୍): ଆରମ୍ଭ ହେଲା ମାଟ୍ରିକ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା। ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ପରୀକ୍ଷାର୍ଥୀ। ୩ହଜାର ୯୩ କେନ୍ଦ୍ରରେ ହେଉଛି ପରୀକ୍ଷା । ପରୀକ୍ଷା ପାଇଁ ଶହେରୁ ଅଧିକ ସ୍କ୍ଵାଡ ଗଠନ କରାଯାଇଛି। ପ୍ରଥମ ସିଟିଂରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ଦ୍ୱିତୀୟ ସିଟିଂରେ ରହିଛି ଗଣିତ EXAM।

ପ୍ରତିଟି ଶ୍ରେଣୀଗୃହରେ ସର୍ବାଧିକ ୨୪ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ପ୍ରଥମ ସମେଟିଭ ପରୀକ୍ଷା ୫ତାରିଖରୁ ୮ଯାଏ ପରୀକ୍ଷା ହେବ। ପ୍ରଥମ ତିନି ଦିନ ଥିଓରୀ ଓ ୮ ତାରିଖରେ କେବଳ ପ୍ରାକ୍‌ଟିକାଲ ପରୀକ୍ଷା ହେବ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି ଏବଂ ପ୍ରତିଦିନ କରାଯିବ। ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି। କପି ରୋକିବାକୁ ଜିଲ୍ଲାସ୍ତରରେ ୭୨ଟି ଓ ୪୦ଟି ସେଣ୍ଟ୍ରାଲ ସ୍କ୍ଵାଡ ଗଠନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.