ରାଇଆଁ ଗାଁରେ କଙ୍ଗାରୁ କୋର୍ଟ, ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼

ରାଇଆଁ ଗାଁରେ କଙ୍ଗାରୁ କୋର୍ଟ । ଦୁଇ ଜଣ ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଧା, ଚାପୁଡା ଯିଏ ଯେମିତି ପାରିଲା ମାରିଲା । ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ରାୟାଁ ଗାଁର ।

ବାଙ୍ଗିରିପୋଷି(କେନ୍ୟୁଜ୍): ରାଇଆଁ ଗାଁରେ କଙ୍ଗାରୁ କୋର୍ଟ । ଦୁଇ ଜଣ ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଧା, ଚାପୁଡା ଯିଏ ଯେମିତି ପାରିଲା ମାରିଲା । ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ରାୟାଁ ଗାଁର ।

ଅଭିଯୋଗ ହୋଇଛି ତିନି ଦିନ ଧରି ମହିଳା ଓ ପୁରୁଷଙ୍କୁ ବାନ୍ଧି ମାଡ଼ ମରାଯାଇଛି । ସେମାନଙ୍କୁ ବସାଇ ଗାଁ ମଝିରେ ସଭା କରାଯାଇଛି । ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ମହିଳାଙ୍କ ସହ ଯୁବକଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ ଗାଁ ଲୋକ । ଏହାପରେ ସେମାନଙ୍କୁ ବାନ୍ଧି ମାଡ଼ ମାରିଥିଲେ । ଶେଷରେ ପୋଲିସ ଦୁହିଁଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.