Below header

ସୋରିଷତେଲ ଭଳି ସୋରିଷ ମଧ୍ୟ ତ୍ୱଚା ପାଇଁ ହୋଇଥାଏ ବହୁତ ଉପକାରୀ, ଜାଣନ୍ତୁ କିପରି କରିବେ ବ୍ୟବହାର

ସୋରିଷ ତେଲ ଦ୍ଵାରା ହେଉଥିବା ଫାଇଦା ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥିବେ । କିନ୍ତୁ ଏହାର ମଞ୍ଜି ଦ୍ଵାରା ହେଉଥିବା ଫାଇଦା ବିଷୟରେ କଣ ଆପଣ ଜାଣିଛନ୍ତି କି ? ସୋରିଷର ମଞ୍ଜି ବିଷୟରେ ବାଇବେଲ ଏବଂ ହିନ୍ଦୁ ପୁରାଣରେ ମଧ୍ଯ ଉଲ୍ଲେଖ ରହିଛି। ଅନେକ ବର୍ଷ ଧରି ସୋରିଷ ଆମର ଖାଇବା ପିଇବା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଅଂଶ ହୋଇ ରହି ଆସିଛି ।

ସୋରିଷ ତେଲ ଦ୍ଵାରା ହେଉଥିବା ଫାଇଦା ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥିବେ । କିନ୍ତୁ ଏହାର ମଞ୍ଜି ଦ୍ଵାରା ହେଉଥିବା ଫାଇଦା ବିଷୟରେ କଣ ଆପଣ ଜାଣିଛନ୍ତି କି ? ସୋରିଷର ମଞ୍ଜି ବିଷୟରେ ବାଇବେଲ ଏବଂ ହିନ୍ଦୁ ପୁରାଣରେ ମଧ୍ଯ ଉଲ୍ଲେଖ ରହିଛି। ଅନେକ ବର୍ଷ ଧରି ସୋରିଷ ଆମର ଖାଇବା ପିଇବା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଅଂଶ ହୋଇ ରହି ଆସିଛି ।

ସାଧାରଣତଃ ସୋରିଷକୁ ଆମେ କେବଳ ଖାଇବାରେ ଛୁଙ୍କ ଲଗାଇବା ପାଇଁ ବ୍ୟବହାର କରିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ସୋରିଷ ଆମର ତ୍ୱଚାକୁ ଗ୍ଲୋ କରିବାରେ ମଧ୍ଯ ସାହାଯ୍ଯ କରିଥାଏ । ସୋରିଷ ତେଲ ସ୍କିନକୁ ସତେଜ ରଖିବା ସହିତ ଗ୍ଲୋଇଙ୍ଗ ମଧ୍ଯ ବନାଇଥାଏ । ଡ୍ରାଏ ସ୍କିନ୍ ପାଇଁ ତ ସୋରିଷର ମଞ୍ଜି ରାମବାଣ ସଦୃଶ । ତାହେଲେ ଆସନ୍ତୁ ଜାଣିବା ସୋରିଷ ମଞ୍ଜିକୁ କିପରି ବନାଇବେ ପ୍ୟାକ୍ ଏବଂ ତାକୁ ଲଗାଇବାର ଉପାୟ ।

ନାଚୁରାଲ ସ୍କ୍ରବ୍

 

ସୋରିଷର ମଞ୍ଜି ଏକ ପ୍ରକାର ନାଚୁରାଲ ସ୍କ୍ରବ୍ ଭଳି କାମ କରିଥାଏ । ଏଥିରେ ଆପଣ ଲାଭେଣ୍ଡର ଓ ଗୋଲାପ ଭଳି ଏସେନ୍ସିଆଲ ତେଲର କିଛି ବୁନ୍ଦା ମଧ୍ଯ ମିଶାଇ ପାରିବେ । ବର୍ତ୍ତମାନ ଏହାକୁ ଭଲଭାବେ ମିଶାଇ ଏକ ସ୍କ୍ରବ୍ ପ୍ରସ୍ତୁତ କରନ୍ତୁ । ଆଉ ତାପରେ ଧୀରେ ଧୀରେ ଏହାକୁ ସାରା ମୁଁହରେ ମାଲିସ୍ କରି ଡେଡ୍ ସ୍କିନ୍ ଗୁଡ଼ିକ ହଟାଇ ଦିଅନ୍ତୁ ।

ହାଇଡ୍ରେଡ ସ୍କିନ୍

ସୋରିଷ ମଞ୍ଜିର ପାଉଡରରେ ଆଲୋବେରା ଜେଲ ମିଶାଇ ଚେହେରାରେ ଲଗାନ୍ତୁ । ଏହି ମିଶ୍ରଣ ଦ୍ଵାରା ଆପଣ ନିଜ ଚେହେରାକୁ ହାଇଡ୍ରେଡ ରଖିପାରିବେ । ଏହି ମିଶ୍ରଣ ଚେହେରାରେ ଥିବା ସମସ୍ତ ଅଶୁଦ୍ଧିକୁ ଦୂର କରିବା ସହିତ ଆପଣଙ୍କ ଚେହେରାକୁ ପୋଷଣ ଯୋଗାଇଥାଏ ।

କେଶ ଘନ ଏବଂ କଳା କରିବା ପାଇଁ

ସୋରିଷ ମଞ୍ଜିରୁ ବାହାରୁଥିବା ସୋରିଷ ତେଲରେ ଭିଟାମିନ୍ A ଭରି ରହିଥାଏ ଏବଂ ଭିଟାମିନ A କେଶର ବିକାଶ ପାଇଁ ଏକ ଭଲ ପୋଷକ ତତ୍ତ୍ଵ ଅଟେ । ଏହା ଦ୍ଵାରା କେଶ ମଜବୁତ୍ ରହିବା ସହିତ ଭଲ ଗ୍ରୋଥ୍ ମଧ୍ଯ ହୋଇଥାଏ ।

ଏହା ସହିତ ଶୋରିସରେ କ୍ୟାରୋଟିନ ଏବଂ ଲ୍ୟୁଟିନ ଭଳି ମଲ୍ଟିଭିଟାମିନସ ରହିଥାଏ । ଯାହାକି ଭିଟାମିନ A, C ଏବଂ Kର ମିଶ୍ରଣ ଅଟେ । ଏହି ସବୁ ପୋଷାକ ତତ୍ତ୍ୱ ମିଶି ଆଣ୍ଟିଅକ୍ସିଡାଣ୍ଟ ତିଆରି କରିଥାନ୍ତି । ଯାହାଦ୍ୱାରା ଏହି ସବୁ ତତ୍ତ୍ୱ ମିଶି ଚେହେରାରେ ଆଣ୍ଟିଏଜିଙ୍ଗ ଭଳି କାମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.