ଆହୁରି ୩ ଦିନ ତାତିରୁ ନାହିଁ ନିସ୍ତାର, ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୭ ଡିଗ୍ରୀ ଅଧିକ ରହିବା ସମ୍ଭାବନା

୨୦ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ସିଭିୟର ହିଟ୍‌େଓ୍ଵଭ୍‌ ନେଇ ଆଜି ପାଇଁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ପାରଦ ସ୍ୱାଭାବିକଠାରୁ ୪-୭ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବ । ପଶ୍ଚିମ ଓଡ଼ିଶାରେ ୫ ଦିନ ଓ ଉପକୂଳରେ ୩ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ଓଡ଼ିଶା । ଭୀଷଣ ଗ୍ରୀଷ୍ମ ପ୍ରବାହ । ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ । ୨୦ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ସିଭିୟର ହିଟ୍‌େଓ୍ଵଭ୍‌ ନେଇ ଆଜି ପାଇଁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରକୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୧୨ ଜିଲ୍ଲାକୁ ଦିଆଯାଇଛି ୟେଲୋ ଓ୍ଵାର୍ଣ୍ଣିଂ ।

ଆଗାମୀ ୩ ଦିନ ଉପକୂଳ ଓ ୫ ଦିନ ଯାଏ ପଶ୍ଚିମ ଓଡ଼ିଶାର ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଅଧିକାଂଶ ଜିଲ୍ଲାରେ ପାରଦ ସ୍ୱାଭାବିକଠାରୁ ୪-୭ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବ । ପଶ୍ଚିମ ଓଡ଼ିଶାରେ ୫ ଦିନ ଓ ଉପକୂଳରେ ୩ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଗତକାଲି ୪୫.୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲିଟିଛି ସୋନପୁର । ସେହିପରି ୪୪ ଡିଗ୍ରୀ ଉପରେ ରହିଛି ୧୨ ସହରର ତାପମାତ୍ରା । ଜଳୁଛି ଟ୍ଵିନସିଟି । ରାଜଧାନରେ ତାପମାତ୍ରା ଥିଲା ୪୪.୬ ଡିଗ୍ରୀ ସେଲସିୟସ ଥିବା ବେଳେ କଟକରେ ୪୨.୨ ଡିଗ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.