ମୟୁରଭଞ୍ଜ: ଜିଲ୍ଲା ପ୍ରଶାସନର ଭିନ୍ନ ପଦକ୍ଷେପ, ଏଣିକି ଚାଷୀଙ୍କ ଠାରୁ ପରିବା ଆଣି ଲୋକଙ୍କ ଘରେ ପହଞ୍ଚାଇବେ

ବାରିପଦା: ଲକ୍‌ ଡାଉନ୍‌ କଟକଣାକୁ ଫୁ। ମୟୁରଭଞ୍ଜର ବିଭିନ୍ନ ହାଟରେ ଦେଖିବାକୁ ମିଳୁଛି ନାହିଁ ନଥିବା ଭିଡ। କରୋନା ପାଇଁ ଜାରି ହୋଇଥିବା ଲକ ଡାଉନ କଟକଣାକୁ କାହାରି ଖାତିର ନାହିଁ । ତେବେ ଭିଡ ନିୟନ୍ତ୍ରଣ ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି। ଚାଷୀଙ୍କ ନିକଟରୁ ପରିବା ଆଣି ସିଧାସଳଖ ଲୋକଙ୍କ ଘରେ ପଂହଚାଇବାକୁ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ପୁର୍ବରୁ ଚାଷୀଙ୍କ ଲାଭ ପାଇଁ ଓରମାସ ମାଧ୍ୟମରେ ଗଠିତ ହୋଇଥିଲା ‘ଫାର୍ମାସ ପ୍ରଡ୍ୟୁସର ଗ୍ରୁପ’। ସେହି ଗ୍ରୁପ ମାଧ୍ୟମରେ ପରିବା ଆଣି ବାରିପଦା ପୌରାଂଚଳରେ ସୁଲଭ ମୁଲ୍ୟରେ ଯୋଗାଉଛି ପ୍ରଶାସନ। ପରିବା ହାତରେ ଲୋକଙ୍କ ଭିଡ କମାଇବା ପାଇଁ ପ୍ରଶାସନ ତରଫରୁ ଏପରି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.