ଏମବିବିଏସ୍‌ ଛାତ୍ର ମୃତ୍ୟୁ ଘଟଣାର ଭିଡିଓ ଭାଇରାଲ, ମୃତଦେହରୁ କିଏ ବାହାର କରୁଛି କାଗଜପତ୍ର ?

ବଲାଙ୍ଗିର (କେନ୍ୟୁଜ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣା ଆହୁରି ରହସ୍ୟ ସୃଷ୍ଟି କରିଛି। ନିଶାନ୍ତର ମୃତଦେହରୁ କଲେଜ କର୍ମଚାରୀ କିଛି କାଗଜପତ୍ର କାଢୁଥିବାର ଏକ ଭିଡିଓ ଭାଇରଲ ହୋଇଛି । ଏହା ସୁଇସାଇଡାଲ ନୋଟ ବୋଲି ଚର୍ଚା ହେଉଛି ।

ପ୍ରଥମରେ ହ୍ଵାଟସଆପ୍‌ ଚାଟିଙ୍ଗ ଓ ଏବେ ସୁଇସାଇଡାଲ ନୋଟ୍‌ ଏହି ଘଟଣାକୁ ଆହୁରି ଚର୍ଚ୍ଚାକୁ ଆଣିଛି । ଭୀମଭୋଇ ମେଡିକାଲ କଲେଜରେ ପାଞ୍ଚ ମହଲା କୋଠାରୁ ଖସି ପଡି ଏମିବିଏସ ପ୍ରଥମ ବର୍ଷ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକ ନିଶାନ୍ତଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଥିଲେ। ସେମାନେ କଲେଜରେ ପହଞ୍ଚି ଘଟଣାର ସଠିକ ତଦନ୍ତ ଦାବି କରିଥିଲେ ।

ନିଶାନ୍ତଙ୍କ ଘର ହରିଆଣାରେ । ଗତ ୧୨ ତାରିଖ ଦିନ ବଲାଙ୍ଗିରକୁ ଡାକ୍ତରୀ ପାଠ ପଢିବାକୁ ଆସିଥଲେ । ଏମବିବିଏସ ପ୍ରଥମ ବର୍ଷରେ ପାଠ ପଢୁଥିଲେ । ମେଡିକାଲ କଲେଜ ହଷ୍ଟେଲ ୩୧୨ ନମ୍ବର ରୁମ୍‌୍‌ରେ ନିଶାନ୍ତ ରହୁଥିଲେ । ତାଙ୍କର ମୃତ୍ୟୁ ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । ଆଜି ଜିଲ୍ଲାପାଳ କହିଛନ୍ତି ପୋଲିସ ତଦନ୍ତ କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ପର୍କରେ ପଚରା ଉଚୁରା କରାଯାଉଛି ।

 

Leave A Reply

Your email address will not be published.