ଇଏ କି ବିଧିର ବିଧାନ: ଗୋଟିଏ ଶ୍ମଶାନ ଘାଟରେ ଜଳିଲା ବାପା-ପୁଅଙ୍କ ଜୁଇ

କଣ୍ଟାବାଞ୍ଜି (କେନ୍ୟୁଜ୍): ମୃତ୍ୟୁ ଏମିତି ବି ଆସେ। ଗୋଟିଏ ଶ୍ମଶାନ ଘାଟରେ ଜଳିଲା ବାପା -ପୁଅଙ୍କ ଜୁଇ। ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ରାତିରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ସକାଳେ ପୁଅର ମୃତ୍ୟୁ ଘଟିଲା। କଣ୍ଟାବାଞ୍ଜି ଆଶ୍ରମପଡ଼ା ସ୍ଥିତ ଗନ୍ଧର୍ବ ଥପ୍ପାଙ୍କର ରାତି ପ୍ରାୟ ୭.୩୦ସମୟରେ ସ୍ୱାଭାବିକ ମୃତ୍ୟୁ ଘଟିଥିଲା। ମୁରବିଙ୍କର ଅଚାନକ ମୃତ୍ୟୁ ପରେ ଘର କାନ୍ଦ ବୋବାଳିରେ ଫାଟି ପଡୁଥିଲା।

ବାପାଙ୍କ ମୃତ୍ୟୁ ଖବର ପୁଅ ଧନେଶ୍ୱର ଥପାଙ୍କୁ ଗଭୀର ଆଘାତ ଦେଇଥିଲା। ଆଜି ସକାଳେ ପୁଅର ମୃତ୍ୟୁ ହୋଇଛି। କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.