Below header

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, କାଂସ୍ୟ ଜିତିଲେ କିଟ୍‌ ଛାତ୍ର ପୁନିତ

ଭୁବନେଶ୍ୱର(କେନ୍ୟୁଜ୍) : ବେଙ୍ଗାଲୁରର ଜୈନ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ୍‌ ବିଶ୍ୱବିଦ୍ୟାଳୟକୁ ସଫଳତା ମିଳିଛି। କିଟ୍‌ ବିଶ୍ୱବିଦ୍ୟାଳୟ ପାଇଁ ୪ର୍ଥ ପଦକ ଜିତିଛନ୍ତି ପୁନିତ ଚନ୍ଦ୍ର ସାହୁ। କିଟ୍‌ ଛାତ୍ର ପୁନିତ ପୁରୁଷ ୯୬ କେଜି ବର୍ଗରେ ପୁନିତ ୨୮୫ କେଜି (୧୧୫ କେଜି ସ୍ନାଚ୍ ଏବଂ ୧୭୦ କେଜି କ୍ଲିନ୍ ଓ ଜର୍କ) ଉଠାଇ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି।

ପୁନିତଙ୍କୁ କିଟ୍-କିସ୍ ମୁଖ୍ୟ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ପୁନିତଙ୍କ କାଂସ୍ୟ ସହ ଓଡ଼ିଶାର ପଦକ ସଂଖ୍ୟା ତୃତୀୟ ଦିନ ସୁଦ୍ଧା ୬ (୧ ସ୍ୱର୍ଣ୍ଣ, ୩ ରୌପ୍ୟ, ୨ କାଂସ୍ୟ)ରେ ପହଞ୍ଚିଛି। ପୂର୍ବରୁ ଭରୋତ୍ତୋଳନରେ ସ୍ନେହା ସୋରେନ୍ ସ୍ୱର୍ଣ୍ଣ, ପ୍ରମିଳା କିର୍ସାନି ଓ ମୋତି ଜାନି ରୌପ୍ୟ ଏବଂ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଥିଲା ବେଳେ ପ୍ରତ୍ୟାଶା ରାୟ ସନ୍ତରଣରେ ରୌପ୍ୟ ପଦକ ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.