Below header

କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଧମକ ସହ ବ୍ଲାକମେଲ କରିବା ଅଭିଯୋଗରେ ୱେବ ପୋର୍ଟାଲ ପ୍ରତିନିଧି ଗିରଫ

ଯାଜପୁର(କେନ୍ୟୁଜ): କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ, ଧମକ, ମିଥ୍ୟା ତଥ୍ୟ ସଂପର୍କିତ ଅଡିଓ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ୱେବ ପୋର୍ଟାଲ ପ୍ରତିନିଧି ଗିରଫ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ସୂଚନା ମୁତାବକ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ଓ ଗଙ୍ଗାଧରପୁର ପଂଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ନିର୍ମଳ ଚନ୍ଦ୍ର ପଣ୍ଡାଙ୍କ ଅଭିଯୋଗ କ୍ରମେ ୱେବ ପୋର୍ଟାଲ ସାମ୍ବାଦିକ ପରିଚୟ ଦେଇ ଜାରକା ନିକଟ ଦେଉଳି ଗ୍ରାମର ସଂଜୟ ମିଶ୍ର ତାଙ୍କୁ କିଛି ଦିନ ହେବ ବ୍ଲାକମେଲ କରିଆସୁଥିଲେ ।

ଏପରିକି ସେ ବହୁବାର ତାଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କ ଅଜାଣତରେ ଫୋନରେ ହେଉଥିବା କଥାବାର୍ତ୍ତା ଏବଂ ଭିଡିଓ ରେକର୍ଡିଂ କରିଥିଲେ । ପରେ ଏହାକୁ ମିଥ୍ୟା ତଥ୍ୟ ସହ ଏଡିଟିଂ କରି ଏକ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ନଚେତ ଅଡିଓ ଏବଂ ଭିଡିଓକୁ ଭାଇରାଲ କରି ବଦନାମ କରିଦେବାକୁ ଧମକ ଦେଇଥିଲେ । ଏଥିରେ ସେ ଅରାଜି ହେବାରୁ ସୋସିଆଲ ମିଡିଆରେ ଏହାକୁ ଭାଇରାଲ କରିଦେଇଥିଲା ।

ପରେ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବା ପରେ ନିଜର ମାନସମ୍ମାନ ହାନି ହେବା ସହ ମାନସିକ ଯନ୍ତ୍ରଣା ପାଇବାରୁ ସେ ବାଧ୍ୟ ହୋଇ ଧର୍ମଶାଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ଲିଖିତ ଅଭିଯୋଗ ପରେ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସଂଜୟ ମିଶ୍ରକୁ ଗତକାଲି ରାତିରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.