ମାଟ୍ରିକ ପରୀକ୍ଷାରେ ବ୍ଳକରେ ଟପ୍ପର ହୋଇଥିବା ୧୦ ଜଣଙ୍କୁ ମିଳିବ ୫ ହଜାର ଟଙ୍କା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ଯୋଜନାର ଶୁଭାରମ୍ଭ । ସଚିବାଳୟରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫେରେନ୍ସିଂ ଜରିଆରେ ଛାତ୍ରଛାତ୍ରୀ ଓ ଅଭିବବାବକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି, ଓଡ଼ିଆ ଭାଷାବୃତ୍ତି ଓ ବେଷ୍ଟ ସ୍କୁଲ ପୁରସ୍କାର ମିଳିବ । ମାଟ୍ରିକ ପରୀକ୍ଷାରେ ବ୍ଳକରେ ଟପ୍ପର ହୋଇଥିବା ୧୦ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.