Below header

ସ୍ମାର୍ଟସିଟି ଏବେ ୱାଇ ଫାଇ ସିଟି, ଭୁବନେଶ୍ୱର ‘ମି ଓ୍ଵାଇ ଫାଇ’ର ଶୁଭାରମ୍ଭ

ଭୁବନେଶ୍ବର : ସ୍ମାର୍ଟସିଟି ଏବେ ୱାଇ ଫାଇ ସିଟି । ଭୁବନେଶ୍ୱର ‘ମି ଓ୍ଵାଇ ଫାଇ’ର ଶୁଭାରମ୍ଭ । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀ ଭୁବନେଶ୍ୱରର କୋଣ ଅନୁକୋଣରେ ୱାଇ ଫାଇ ସେବା ଲୋକଙ୍କୁ ଡିଜିଟାଲ ଦୁନିଆ ସହିତ ଯୋଡ଼ିବ । ପ୍ରଥମ ଦିନରୁ ୧୦୦ ହଟସ୍ପଟ ଓ ୨୭୫ ଆକ୍ସେସ୍‌ ପଏଣ୍ଟରେ ଏହି ସେବା ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସମାଜର ସବୁ ବର୍ଗର ନାଗରିକ ବିଶେଷ କରି ଯୁବବର୍ଗଙ୍କ ପାଇଁ ଏହି ସେବା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ।

ଭୁବନେଶ୍ୱରର କିଟ୍‌ ଛକ ଠାରୁ ରାଜଭବନ ଓ ବାଣୀବିହାରରୁ ଶିଶୁ ଭବନ ସବୁଠି ମିଳିବ ୱାଇ ଫାଇସେବା । ପ୍ରତି ହଟସ୍ପଟ ଏକାସଂଗରେ ୧୫୦ଜଣ ବ୍ୟବହାରକାରୀଙ୍କୁ ଏହି ସେବା ମିଳିବ । ୨ ଏମ.ବିପି.ଏସ ଇଣ୍ଟରନେଟ ସ୍ପିଡର ସୁବିଧା ପାଇପାରିବେ । ଏହି ସେବା ଉପଯୋଗ କରୁଥିବା ଯେକୌଣସି ନାଗରିକ ୨୫୦ ଏମ.ବି ପଯ୍ୟର୍ନ୍ତ ଡାଟା ମାଗଣାରେ ପାଇବେ । ଏହାକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀ ।

ପରବର୍ତ୍ତୀ ସମୟରେ ଏହି ୱାଇଫାଇ ସେବା କଟକ, ବ୍ରହ୍ମପୁର, ସମ୍ବଲପୁର ,ରାଉରକେଲା ସମେତ ପୁରୀରେ ସେବା ଉପଲବ୍ଧ ହେବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.