ୟୁରିନ୍ ର ଏହି ୩ ସଙ୍କେତ ବଡ ରୋଗକୁ କରିଥାଏ ଇଶାରା, ଅଣଦେଖା କଲେ ଚାଲିଯାଇପାରେ ଜୀବନ

ବିଜ୍ଞାନ କହେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କିଛି ବଡ଼ ଧରଣର ରୋଗ ଘର କରିନିଏ ତେବେ ପରିଶ୍ରା ହିଁ ସର୍ବପ୍ରଥମେ ସେ ନେଇ ଇଶାରା କରିଦିଏ । ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେହି ସଙ୍କେତ ବିଷୟରେ ଜ୍ଞାନ ରହିବା ଉଚିତ୍ । ଯାହା ଫଳରେ ସମୟ ଥାଉ ଥାଉ ସେହି ରୋଗର ଉପଚାର ହୋଇପାରିବ ଏବଂ କୌଣସି ବଡ ସମସ୍ୟାରୁ ମୁକ୍ତି ମିଳିବ । ତେବେ ଆଜି ଆମେ ଜଣାଇବୁ ୟୁରିନର ସେହି ୩ଟି ସଙ୍କେତ ବିଷୟରେ ଯାହା ବଡ଼ ରୋଗକୁ ଇଶାରା କରିଥାଏ ।

– ଯଦି କୌଣସି ପୁରୁଷଙ୍କ ୟୁରିନ୍ ଗାଢା ଏବଂ ଲାଲ୍ ରଙ୍ଗର ହୁଏ ତେବେ ଏହା କୌଣସି ବଡ଼ ରୋଗ ଆଡକୁ ଇଶାରା କରୁଛି । ତେଣୁ ଏହାକୁ ବିଲକୁଲ୍ ବି ନଜର ଅନ୍ଦାଜ କରିବା ଉଚିତ୍ ନୁହେଁ । କାରଣ ଏପରି ସେତେବେଳେ ହୋଇଥାଏ ଯେତେବେଳେ ପୁରୁଷଙ୍କ ଡୋର୍ସଲ୍ ଭେନରେ ସଂକ୍ରମଣ ଆରମ୍ଭ ହୋଇଥାଏ । ଯଦି ଏହି ସଂକ୍ରମଣକୁ ଅଣଦେଖା କରୁଛନ୍ତି ତେବେ ଏହା କ୍ୟାନ୍ସରର ରୂପ ନେଇଥାଏ । ତେଣୁ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ।

– ସେହିପରି କୌଣସି ମହିଳାଙ୍କ ପରିଶ୍ରାରେ ଧଳାସ୍ରାବ ହୋଇଥାଏ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ସେତେବେଳେ ହୋଇଥାଏ ଯେତେବେଳେ ମହିଳାଙ୍କ ଗର୍ଭାଶୟ ସଂକ୍ରମଣ ଆରମ୍ଭ ହୋଇଥାଏ । ଏହି ସମସ୍ୟା ହେଲେ ମହିଳା ମାନେ ଲିକେରିୟା ନାମକ ରୋଗରେ ପଡିଥାନ୍ତି । ଯାହା ଫଳରେ ମହିଳାଙ୍କ ଗର୍ଭାଶୟ ଧୀରେ ଧୀରେ ଖରାପ ହୋଇଯାଏ । ଏପରି ହେଲେ ଗର୍ଭବତୀ ହେବାରେ ମଧ୍ୟ ମହିଳାମାନେ ସମସ୍ୟା ଭୋଗି ପାରନ୍ତି । ତେଣୁ ଆପଣ ଯଦି ଏହି ସମସ୍ୟା ଦେଇ ଯାଉଛନ୍ତି ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଦେଖାନ୍ତୁ ।

– ସେହିପରି ଯଦି କୌଣସି ମହିଳାଙ୍କୁ ପରିଶ୍ରା ସମୟରେ ପୀଡା ହେବା ବା ରକ୍ତ ବାହାରୁଛି ତେବେ ଏହା ଖୁବ୍ ବିପଦଜ୍ଜନକ ହୋଇପାରେ । କାରଣ ଏହା ସେତେବେଳେ ହୁଏ ଯେତେବେଳେ ୟୁଟ୍ରସ୍ କ୍ୟାନ୍ସରର ଶିକାର ହୋଇଥାଏ । ତେଣୁ କୌଣସି ମହିଳାଙ୍କର ଏପରି ହେଉଥିଲା ଏହାକୁ ବିଲକୁଲ୍ ବି ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.