କିଏ କହିଲା ଲିପ୍ ବାମକୁ କେବଳ ଓଠ ଫାଟିଲେ ଲଗାଯାଏ ? ଥରେ ଆମେ କହୁଥିବା ଏହି କାମରେ ବ୍ୟବହାର କରି ଦେଖନ୍ତୁ

ଲିପ୍ ବାମର ବ୍ୟବହାର ସମସ୍ତେ ଓଠକୁ ମୂଲାୟମ ରଖିବା ପାଇଁ କରିଥାନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଲିପ୍ ବାମର ବ୍ୟବହାର ଓଠ ବ୍ୟତୀତ ଅନ୍ୟ କାମରେ ମଧ୍ୟ କରିପାରିବେ ? କଣ ଆଶ୍ଚର୍ୟ୍ୟ ହୋଇଗଲେ ନା ? ଏବେ ଆସନ୍ତୁ ଜାଣିବା ଲିପ ବାମର କିଛି ନିଆରା ବ୍ୟବହାର ଉପରେ ।
ନଖ :
ଅନେକ ସମୟରେ ନଖ ଚାରିପଟରୁ ତ୍ବଚା ଛିଣ୍ଡଥାଏ । ଏମିତିରେ ହେଉଥିଲେ ତା ଉପରେ ଲିପ୍ ବାମ୍ ଲଗାନ୍ତୁ । ଏହା ଦ୍ବାରା ନଖ ହାଇଡ୍ରେଟ୍ ରହିବା ସହ ତ୍ବଚାରେ କୋମଳତା ବଜାୟ ରହିବ । ଏପରି ନିୟମିତ କଲେ ଦେଖିବେ ଦୁଇ ମାସ ମଧ୍ୟରେ ନଖ ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇଯିବ ।
ଥଣ୍ଡା :
ଥଣ୍ଡା ହେଲେ ବାରମ୍ବାର ନାକ ସଫା କରିବା ଦ୍ବାରା ସେହି ସ୍ଥାନ ଶୁସ୍କ ହୋଇଯାଏ । ଏମିତି ହେଲେ ସେହି ସ୍ଥାନରେ ଆପଣ ଲିପ୍ ବାମ୍ ଲଗାଇ ଶୁସ୍କ ତ୍ବଚାରୁ ମୁକ୍ତି ପାଇ ପାରିବେ ।
ଫଟା ଗୋଇଠି :
ଫଟା ଗୋଇଠିରେ ଆପଣ ଲିପ୍ ବାମ୍ ନିୟମିତ ଲଗାଇଲେ ଖୁବ୍ ଶୀଘ୍ର ଏହା ମୂଲାୟମ ହୋଇଯିବ ।
ଆଇବ୍ରୋର ସେପ୍ :
ଯଦି ଆପଣଙ୍କୁ ପାର୍ଲର୍ ଯାଇ ଆଇବ୍ରୋ କରିବାକୁ ସମୟ ମିଳୁନାହିଁ ତେବେ ଅଳ୍ପ ଟିକେ ଲିପ୍ ବାମ୍ ନେଇ ଆଇବ୍ରୋରେ ଲଗାଇ ଦିଅନ୍ତୁ । ଆଇବ୍ରୋର ସେପ୍ ଠିକ୍ ଦେଖାଯିବ ।
ମେକଅପ୍ :
ଯଦି ଗାଲକୁ ହାଇଲାଇଟ୍ କରବାକୁ ଚାହୁଁଛନ୍ତି ତେବେ ଅଳ୍ପ ଟିକେ ଲିପ୍ ବାମ୍ ନେଇ ଚିକ୍ ବୋନ୍ସରେ ଲଗାଇ ଦିଅନ୍ତୁ । ଦେଖିବେ ଗାଲ ସାଇନ୍ କରିବ ।
ଯୋତା କିମ୍ବା ସାଣ୍ଡଲ୍ ଯୋଗୁଁ ପାଦ ଖରାପ ହେଲେ :
ନୂଆ ଯୋତା ବା ଚପଲ ପିନ୍ଧିଲେ ପାଦ ଖଣ୍ଡିଆ ହୋଇଯାଏ । ତେଣୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଯୋତା ବା ସାଣ୍ଡଲ୍ ପିନ୍ଧିବା ପୂର୍ବରୁ ପାଦର ଆଙ୍ଗୁଠି ଏବଂ ଗୋଇଠିରେ ଲିପ୍ ବାମ୍ ଲଗାଇଦିଅନ୍ତୁ ।
ଚେନ୍ ଠିକ୍ କରିବା ପାଇଁ :
ଯଦି ଆପଣଙ୍କ ଜିନ୍ସ ବା ସର୍ଟର ଚେନ୍ କାମ କରୁନି ତେବେ ଏଥିରେ ଅଳ୍ପ ଲିପ୍ ବାମ୍ ଲଗାଇ ଦିଅନ୍ତୁ । ଲୁବ୍ରିକାଣ୍ଟ ପରି କାମ କଲେ ଲିପ୍ ବାମ୍ । ଏହାକୁ ଲଗାଇଲେ ଚେନ୍ ବାରମ୍ବାର ଅଟକିବନି ।
ମୁଦି ରହିଗଲେ :
ଯଦି ଆଙ୍ଗୁଠିରେ ମୁଦି ଅଟକିଯାଇଛି ତେବେ ଅଳ୍ପ ଟିକେ ଲିପ୍ ବାମ୍ ଲଗାଇ ଏହାକୁ ବାହାର କରିପାରିବେ ।