ବିଭିନ୍ନ ଦେଶର କବିମାନଙ୍କୁ ନେଇ ମିଟ୍‌ ଆଣ୍ଡ ଗ୍ରିଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆସନ୍ତାକାଲିଠାରୁ ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହେବାକୁ ଯାଉଥିବା ୩୯ତମ ବିଶ୍ୱ କବି ସମ୍ମିଳନୀରେ ଯୋଗଦେବାକୁ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଥିବା ବିଭିନ୍ନ ଦେଶର କବିମାନଙ୍କୁ ନେଇ ମିଟ୍‌ ଆଣ୍ଡ ଗ୍ରିଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କବିମାନେ କିସ୍‌ ପରିଦର୍ଶନ କରିବା ପରେ କିଟ୍‌ ପରିସରରେ ଥିବା ଗ୍ଲାସ ହାଉସରେ ଏକାଠି ହୋଇ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ୩୯ ତମ ବିଶ୍ୱ କବି ସମ୍ମିଳନୀର ସଭାପତି ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ କବିଙ୍କୁ ସ୍ୱାଗତ ଜଣାଇଥିଲେ । କବିମାନେ କିଟ୍‌ରେ ବିଶ୍ୱ କବି ସମ୍ମିଳନୀ ଆୟୋଜନ ଦେଖି ଖୁସି ହେବା ସହ ଏଥିପାଇଁ ଡକ୍ଟର ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.