Below header

ଜୀବନ ଏଠି ସାଜିଛି ଜଞ୍ଜାଳ, ଶିକୁଳିରେ ବନ୍ଧା ହୋଇଛି ସୁନିଲର ଜୀବନ

ଆଜକୁ ୧୫ ବର୍ଷ ତଳେ ଜନ୍ମ ହୋଇଥିଲେ ସୁନିଲ । ଖୁସିରେ ପରିବାର ବର୍ଗ ସାହିପଡ଼ିଶାକୁ ଡାକି ଭୋଜି ଭାତ କରି ମିଠା ବାଣ୍ଟି ଥିଲେ। ବାପା ମାଙ୍କ ଖୁସି କହିଲେ ନ ସରେ। କାହିଁକିନା ସୁନିଲ ହେଉଛି ପାଞ୍ଚ ଭାଇ ଭଉଣୀ ମଧ୍ୟରୁ ସବା ସାନ ପୁଅ।

ଲମତାପୁଟ (କେନ୍ୟୁଜଓଡିଶା): ଦୀର୍ଘ ବର୍ଷ ହେଲା ଦଉଡ଼ିରେ ବନ୍ଧା ପଡ଼ିଛି ୧୫ ବର୍ଷିଆ ସୁନିଲଙ୍କ ଜୀବନ। ଆଜକୁ ୧୫ ବର୍ଷ ତଳେ ଜନ୍ମ ହୋଇଥିଲେ ସୁନିଲ । ଖୁସିରେ ପରିବାର ବର୍ଗ ସାହିପଡ଼ିଶାକୁ ଡାକି ଭୋଜି ଭାତ କରି ମିଠା ବାଣ୍ଟି ଥିଲେ। ବାପା ମାଙ୍କ ଖୁସି କହିଲେ ନ ସରେ। କାହିଁକିନା ସୁନିଲ ହେଉଛି ପାଞ୍ଚ ଭାଇ ଭଉଣୀ ମଧ୍ୟରୁ ସବା ସାନ ପୁଅ। କିନ୍ତୁ ଏହି ଖୁସିରେ ଯେମିତି କାହାର ନଜର ପଡିଗଲା। ପୁଅ ସୁନିଲ ଧୀରେ ଧୀରେ ବଡ଼ ହେବା ସହ ପାଗଳାମି ବାହାରିଲା । ଏହାକୁ ନେଇ ବାପା ଧନ ମା ଫୁଲମଣି ଚିନ୍ତିତ ହୋଇ ପଡିଲେ । ନିଜର ସମସ୍ତ ଉପାର୍ଜିତ ଅର୍ଥ ସହିତ ଧାରା କରଜ କରି ସବୁ ମେଡ଼ିକାଲକୁ ଯାଇ ପୁଅର ଚିକିତ୍ସା ପାଇଁ ଖର୍ଚ୍ଚ କଲେ । ବଡ଼ ବଡ଼ ମେଡ଼ିକାଲ ବ୍ରହ୍ମପୁରରୁ ନେଇ ରାଞ୍ଚି ମେଡ଼ିକାଲକୁ ମଧ୍ୟ ପୁଅର ଚିକିତ୍ସା କରାଇଲେ । ଗରିବ ଶ୍ରେଣୀର ହୋଇଥିବାରୁ ଏବେ ଚଳିବା ପାଇଁ କଷ୍ଟ କର ହୋଇ ପଡ଼ିଛି । ସୁନିଲକୁ ଏବେ ୧୫ ବର୍ଷ ହୋଇ ଗଲାଣି।

ପାଗଳାମି ବଢ଼ିବାରେ ଲାଗିଛି ଘରର ଆସବା ପତ୍ର ଭାଙ୍ଗିବା ସହ ଗାଁ ଲୋକକୁ ମଧ୍ୟ ବାଡେଇବା ସହ ଗାଡ଼ି ଭାଙ୍ଗୁଛି। ତେଣୁ ବାପା,ମା ବାଧ୍ୟ ହୋଇ ଗାଁ ବାହାରେ ଗୋଟିଏ ଗଛ ତଳେ ସୁନିଲର ଗୋଟେ ଗୋଡକୁ ଦଉଡ଼ି ରେ ବାନ୍ଧି ରଖିଛନ୍ତି। ଏଣୁ ବାପା ମା କ୍ୟାମେରା ସାମ୍ନାରେ କହି ନପାରି କ୍ୟାମେରା ପଛରେ କହିଛନ୍ତି କି ପୁଅକୁ କୌଣସି ପାଗଳ ଖାନା ରେ ନେଇ ଯିବାକୁ ଅନୁରୋଧ କରିଛନ୍ତି । ପ୍ରତିକ୍ରିୟା ଦେଲା ସମୟରେ କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦି କାନ୍ଦି କହିଛନ୍ତି। ଗ୍ରାମବାସୀ ମଧ୍ୟ କହିଛନ୍ତି କି ସରକାରଙ୍କୁ ଗୁହାରି କରୁଛୁ କି ସୁନିଲକୁ କୌଣସି ଏକ ପାଗଳ ଖାନାରେ ନେଇ ଥଇଥାନ କରନ୍ତୁ ନହେଲେ ଗାଁ ରେ ଏକ ଘର ତିଆରି ତିଆରି କରି ଦିଅନ୍ତୁ ବୋଲି କହିଛନ୍ତି ବାପା ମାଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.