Below header

ତାଳଚେରରେ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଛି ମେରୁଯାତ୍ରା, ଦୀର୍ଘ ଦୁଇ ବର୍ଷ ପରେ ଏକାଠି ହେଲେ ଭକ୍ତ ଓ ଭଗବାନ

ତାଳଚେର (କେନ୍ୟୁଜ): ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କୁ ଏକାଠି କରି ପାରିଛି ମେରୁଯାତ୍ରା। ନିଜର ମାନସିକ କରି ମା ଙ୍କ ନିକଟରେ ଗୁହାରି କରିଛନ୍ତି ମାନସିକଧାରୀ। ୧୨ ଦିନ ଧରି ମା ଙ୍କ ସେବା କରିବା ପରେ ଶେଷରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ କୋଭିଡ଼ କଟକଣା ପରେ ପୁଣି ଧୁମଧାମରେ ତାଳଚେରରେ ପାଳିତ ହେଲା ମାଙ୍କ ମେରୁଯାତ୍ରା । ଯାହାକୁ ନେଇ ଭକ୍ତ ଦଣ୍ଡୁଆ ଓ ମାନସିକଧାରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଶେଷରେ ଦଣ୍ଡ ଯାତ୍ରା ଶେଷ ହୋଇଥିବା ବେଳେ ମା କାଳୀଙ୍କ ମନ୍ଦିରରେ ସମ୍ପୂର୍ଣ୍ଣ ହୋଇଛି ମାଙ୍କ ମେରୁ ଯାତ୍ରା ।

ଦୀର୍ଘ ୬୦ ବର୍ଷ ହେବ ତାଳଚେର କଙ୍କିଳି ଗ୍ରାମରେ ଦଣ୍ଡ ଯାତ୍ରାକୁ ବଜାୟ ରଖିଛନ୍ତି ଏଠିକାର ଦଣ୍ଡୁଆ । ଦୀର୍ଘ ୧୨ ଦିନ ଧରି ବାହାରେ ଦଣ୍ତ ଯାତ୍ରା କରିବା ପରେ ୧୩ ଦିନିଆ ଦିନ ହୋଇଥାଏ ମାଙ୍କ ମେରୁଯାତ୍ରା । ଏହି ଦଣ୍ଡ ଯାତ୍ରାରେ ଅନେକ ମାନସିକ ଧାରୀ ଭକ୍ତ ନିଜ ଶରୀରକୁ ଧୂଳି ଦାଣ୍ଡରେ ଲେଉଟାଇ ଦେଉଥିବା ବେଳେ ଜଳ ଦଣ୍ଡର ନୀତି ନିୟମକୁ ନିଷ୍ଠାର ସହ ପାଳନ କରି ରାତିରେ ଖେଳଦଣ୍ଡ କରିଥାନ୍ତି ।ପରମ୍ପରା ଅନୁଯାୟୀ ଏଠିକାର ଦଣ୍ଡୁଆ ମାନେ ୧୩ ଦିନ ଧରି ବ୍ରତ ଉପବାସ ରଖିଥାନ୍ତି ଓ ଶରୀରକୁ ଧୂଳିଦଣ୍ଡ ଜଳଦଣ୍ଡ ଓ ଖେଳଦଣ୍ଡ ମାଧ୍ୟମରେ ମା ଦଣ୍ଡ କାଳିଙ୍କୁ ପ୍ରସନ୍ନ କରିବା ନେଇ ବିଶ୍ୱାସ ରହି ଆସିଛି । ଏହି ୧୩ ଦିନ ମା ଙ୍କ ସେବା କଲେ ମାନସିକଧାରୀଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ଆଶା ଓ ବିଶ୍ୱାସ ରହିଛି। ଏହି ସମୟରେ ମାଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତଙ୍କର ବିଶ୍ୱାସ ରହିଛି

ଭକ୍ତଙ୍କ କହିବା ଅନୁଯାୟୀ ଗ୍ରାମରେ ମା ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ ଭକ୍ତ ଯେତେବେଳେ ଆସି ମାଙ୍କ ନିକଟରେ ଯାହାବି ମାଗିଦିଏ ତାକୁ ମା ପୂରଣ କରିଥାନ୍ତି ଆଉ ସେଥିପାଇଁ ତ ମେରୁଯାତ୍ରାରେ ମାଙ୍କ ଠାରେ ଅଧିଆ ପଡିଥାନ୍ତି ଭକ୍ତ । ପ୍ରଚଣ୍ଡ ଖରାରେ ଖାଲି ପାଦ ରେ ଧୂଳିଦଣ୍ଡ ଭଙ୍ଗାନ୍ତି ଦଣ୍ଡୁଆ। ଆଉ ମା ପୂଜକ ଠାରେ କାଳୀସି ରୂପରେ ଆସି ଭକ୍ତଙ୍କ ମନସ୍କାମନା ପୁରଣ କରିଥାନ୍ତି । ମେରୁ ଯାତ୍ରାରେ ମାଙ୍କ ଦର୍ଶନ କଲେ ଭକ୍ତଂକ ମନବାଞ୍ଛା ପୁରଣ ହୁଏ ଆଉ ସେଥିପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଆସି ମାଙ୍କୁ ଦର୍ଶନ କରିବା ସହ ଅଧିଆ ପଡ଼ିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.