ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲା ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଜୁନ ୧ରୁ ଜୁଲାଇ ୧ ଯାଏ ରାଜ୍ୟରେ ୧୮୪.୬ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୨୨୫.୨ ମିଲିମିଟର ଠାରୁ ୧୮ ପ୍ରତିଶତ କମ୍‌ । ଏହି ସମୟ ମଧ୍ୟରେ ୧୪ ଜିଲ୍ଲାରେ ୨୦ପ୍ରତିଶତରୁ ୫୯ ପ୍ରତିଶତ ଯାଏ କମ୍‌ ବର୍ଷା ହୋଇଛି । ୪ ଜିଲ୍ଲା ପୁରୀ, କଟକ, କେନ୍ଦ୍ରାପଡ଼ା ଓ କୋରାପୁଟରେରେ ସ୍ୱାଭାବିକଠୁ ୨୦ ପ୍ରତିଶତରୁ ୫୯ ପ୍ରତିଶତ ଯାଏ ଅଧିକ ବର୍ଷା ରେକର୍ଡ କରାଯାଇି । ଆଜି ସୁଦ୍ଧା କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୯୧.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ୯୨.୭୭ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ସମେତ ୨୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.