ଆଜିଠୁ ଓଡ଼ିଶା ଉପକୂଳରେ ବର୍ଷା ପବନ: ୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ପ୍ରଭାବରେ ଆଜିଠୁ ଓଡ଼ିଶା ଉପକୂଳରେ ଆରମ୍ଭ ହେବ ବର୍ଷା ପବନ । ପ୍ରବଳ ବର୍ଷା ନେଇ ଆଜି ପାଇଁ ୩ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବ । ୨୪ ଓ ୨୫ ତାରିଖରେ ବଢ଼ିବ ବର୍ଷା ପରିମାଣ । ଆସନ୍ତାକାଲି ପାଇଁ ୬ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରୁ ଦିଆଯାଇଛି ୟେଲୋ ଓ୍ଵାର୍ଣ୍ଣିଂ ।

ସେହିପରି ଓଡ଼ିଶା ଉପକୂଳରେ ଆଜିଠାରୁ ୩୫ରୁ ୪୫ କିଲୋମିଟ ଓ ଝଟକା ପବନରେ ବେଗ ୫୫ କିଲୋମିଟର ରହିପାରେ । କାଲି ପବନର ବେଗ ୪୦ରୁ ୫୦ କିଲୋମିଟର ଓ ସ୍ଥଳ ବିଶେଷରେ ଏହା ବଢ଼ି ୬୦ କିଲୋମିଟର ରହିବା ସମ୍ଭାବନା ରହିଛି । ୨୫ ତାରିଖରେ ବାଲେଶ୍ୱର ଜିଲ୍ଲାର ଉପକୂଳରେ ୪୫ରୁ ୫୫ କିଲୋମିଟ ବେଗରେ ବହିବ ପବନ । ଝଟକା ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୬୫ କିଲୋମିଟ ଛୁଇଁପାରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.