ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ: ଆଜି ଆପଣ ପୁରା ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ଆପଣଙ୍କ ସହକର୍ମୀ ଆପଣଙ୍କର କିଛି ଜରୁରୀ ଜିନିଷ ଚୋରି କରି ପାରନ୍ତି। ତେଣୁ ଆପଣ ନିଜ ଜିନିଷ ଦାୟିତ୍ଵ ରେ ରଖନ୍ତୁ। ଆପଣଙ୍କ ଜୀବନସାଥୀ ଙ୍କ ସହ ଅଧିକ ସମୟ ବିତାଇବେ। ମାନସିକ ଶାନ୍ତି ଅତ୍ୟନ୍ତ ଜରୁରୀ। ତେଣୁ ବୁଲାବୁଲି କରନ୍ତୁ କିମ୍ବା ମନ୍ଦିର ଯାଆନ୍ତୁ।

ବୃଷ : କାମ ବୋଝ ବଢ଼ି ପାରେ। ଘରୁ ବାହାରିବା ବେଳେ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଏହାଦ୍ବାରା ଆପଣଙ୍କୁ ଧନ ଲାଭ ହୋଇପାରେ। ଭଲ ବ୍ୟବହାର କରନ୍ତୁ। ଆଜିର ଦିନଟି ସଠିକ୍ ଭାବେ ପୁଞ୍ଜି ନିବେଶ କରିବା ନିମନ୍ତେ ଭଲ ଦିନ। ଆପଣଙ୍କ ପସନ୍ଦର ବହି ପଢ଼ିବା ସହ ଗୀତ ଶୁଣନ୍ତୁ। ନିଜ ପାଇଁ ବେଶୀ ସମୟ ମିଳିବ। ସଠିକ୍ ଭାବେ ଉପଯୋଗ କରନ୍ତୁ।

ମିଥୁନ: ଅନ୍ୟର ସଫଳତାରେ ଆପଣ ଖୁସି ହେବେ। ବନ୍ଧୁଙ୍କ ଠାରୁ ଅର୍ଥିକ ସହାୟତା ପାଇବେ। ଆପଣଙ୍କ ବ୍ୟବହାର ପରିବର୍ତ୍ତନ କରନ୍ତୁ, ପରିବାର ସହ ସମୟ ବିତାନ୍ତୁ। ଭୋରୁ ଉଠି କାମ କରିବା ଆରମ୍ଭ କରନ୍ତୁ । ନହେଲେ ଆପଣ ପୁରା ଦିନ ବର୍ବାଦ ହେବା ଭଳି ଆପଣକୁ ଅନୁଭବ ହେବ ।

କର୍କଟ: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଆଜି ଆପଣ ସାଂସ୍କୃତିକ ପରିଯୋଜନାରେ ଧ୍ୟାନ ଦିଅନ୍ତୁ। କାମ ଭିତରେ ବି ଆଜିର ଦିନଟି ଭଲରେ ଯିବ । ବୈବାହିକ ଜୀବନ ଖୁବ୍ ଭଲ ରହିବ। ଖୁବ୍ ଖୁସିରେ ଦିନ ଟି କଟିବ।

ସିଂହ : ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃସମ୍ବାଦମିଳିପାରେ । କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ ।

କନ୍ୟା : ଆଜି ଶତ୍ରୁ ପରାଜୟ ହୋଇପାରେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ । ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।

ତୁଳା : ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ । ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ । ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।

ବିଛା : ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ । ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ । ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ।

ଧନୁ: ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ। ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ । ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।

ମକର: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାୟକ । ଆଜି ଦିନରେ ଆପଣ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସଙ୍ଗେ ମୌଜ ମଜଲିସରେ ସମୟ କାଟିବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ବିବାହ ପାଇଁ ଉତ୍କଣ୍ଠିତ ଥିବା ଯୁବକ ଯୁବତୀମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାୟକ । ଆଜି ଆପଣ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି ।

ମୀନ: ଆପଣ ଦୀର୍ଘ ସମୟ ଧରି ଆପଣଙ୍କ ପୂର୍ବ ପ୍ରର୍ଦଶନ ବିଷୟରେ ଚିନ୍ତା କରୁଛନ୍ତି । ଆଜିର ଦିନରେ ଆପଣ ଆହୁରି ଭଲ ପ୍ରଦର୍ଶନ କରିପାରିଵେ । ଆପଣଙ୍କ ସାଙ୍ଗସାଥୀ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିପାରନ୍ତି କିନ୍ତୁ ଆପଣ ସେସବକୁ ଚିହ୍ନଟ କରି ସେଥିରୁ ସହଜରେ ମୁକ୍ତି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.