Below header

୭୬୫ ଯାତ୍ରୀଙ୍କୁ ଧରି ଗଡିବ ମେଟ୍ରୋ, ୩ଟି କୋଚକୁ ନେଇ ୮୫ କିମି ବେଗରେ ଯିବ

୭୬୫ ଯାତ୍ରୀଙ୍କୁ ଧରି ଗଡିବ ମେଟ୍ରୋ । ଭୁବନେଶ୍ବର-କଟକ ଗଡିବାକୁ ଥିବା ମେଟ୍ରୋ ରେଳରେ ୭୬୫ ଜଣ ଯାତ୍ରୀ ଯାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ୩ଟି କୋଚକୁ ନେଇ ମେଟ୍ରୋ ଟ୍ରେନ୍ ଚଳପ୍ରଚଳ କରିବା ସହିତ ଏହାର ଯାତ୍ରୀ କ୍ଷମତା ୭୬୫ ରହିଛି ।

୭୬୫ ଯାତ୍ରୀଙ୍କୁ ଧରି ଗଡିବ ମେଟ୍ରୋ । ଭୁବନେଶ୍ବର-କଟକ ଗଡିବାକୁ ଥିବା ମେଟ୍ରୋ ରେଳରେ ୭୬୫ ଜଣ ଯାତ୍ରୀ ଯାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ୩ଟି କୋଚକୁ ନେଇ ମେଟ୍ରୋ ଟ୍ରେନ୍ ଚଳପ୍ରଚଳ କରିବା ସହିତ ଏହାର ଯାତ୍ରୀ କ୍ଷମତା ୭୬୫ ରହିଛି । ଯାତ୍ରୀ ସଂଖ୍ୟା ବୃଦ୍ଧି ହେଲେ କୋଚ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିବା ଡିପିଆରରେ ଦର୍ଶାଯାଇଛି ।

ମେଟ୍ରୋ ଟ୍ରେନ୍ ଘଣ୍ଟାପ୍ରତି ୮୫ କିମି ବେଗରେ ବ୍ୟବସ୍ଥା କରାଯାଇଥିବା ବେଳେ ଖୁବ କମ ସମୟ ମଧ୍ୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ତ୍ରିଶୁଳିଆ ପର୍ଯ୍ୟନ୍ତ ପହଞ୍ଚିବ । ଏହି ମେଟ୍ରୋ ଟ୍ରେନରେ ଅଟୋମେଟିକ୍ କଣ୍ଟ୍ରୋଲ ବ୍ୟବସ୍ଥା କରାଯିବ । ଯଦି କୌଣସି ବିପଦର ଆଶଙ୍କା ସୃଷ୍ଟି ହୁଏ, ତେବେ ମେଟ୍ରୋ ସ୍ବୟଂ ଚାଳିତ ଭାବେ ଅଟକି ଯିବ ବୋଲି ଡିପିଆରରେ ଦର୍ଶାଯାଇଛି । ମେଟ୍ରୋ ପିଲାର ଦ୍ବରା ଫ୍ଳାଏ ଓଭରରେ ଯିବା ଭଳି ଗଡ଼ିବ ।

ଏଥିପାଇଁ କଂକ୍ରିଟ୍ ବିମ୍ ଦ୍ବାରା ମେଟ୍ରୋ ଚଳାଚଳ ପାଇଁ ବ୍ୟବସ୍ଥା ହେବ । ଯାତ୍ରୀଙ୍କ ପାଇଁ ଅଟୋମେଟିକ୍ ଭଡା ଆଦାୟ ହେବ । ବାରଙ୍ଗର ଫୁଲପୋଖରୀ ନିକଟରେ ୧୮ ହଜାର ୫୦ ହେକ୍ଟର ଅଞ୍ଚଳରେ ମେଟ୍ରୋ ଡିପୋଟ୍ କରିବା ପାଇଁ ଯୋଜନା ହୋଇଛି ।

ଏହି ପ୍ରକଳ୍ପରେ ୨ ଲକ୍ଷ ୨୪ ହଜାର ୩ଶହ ବର୍ଗ ମିଟର ଜମି ଅଞ୍ଚଳ ବ୍ୟବହାର ହେବ ବୋଲି ଡିପିଆରରେ ଦର୍ଶାଯାଇଛି। ଏହି ସ୍ଥାୟୀ ଜମିରେ ଷ୍ଟେସନ୍ ଡିପୋଟ, ଷ୍ଟାଫ୍ କ୍ବାଟର୍ସ, ଅଫିସ୍ କମ୍ଲେକ୍ସ ଇତ୍ୟାଦି ରହିବ ।

ନୂଆବର୍ଷ ଅର୍ଥାତ୍ ଜାନୁଆରୀ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ନେଇ ସୂଚନା ଦିଆଯାଇଛି । ରାଜ୍ୟ ସରକାର ନିଜସ୍ବ ପାଣ୍ଠିରେ ୫ ହଜାର ୯୨୯ କୋଟି ଟଙ୍କା ବ୍ୟୟକରି ମେଟ୍ରୋ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.