ସିକ୍କିମ ବନ୍ୟାରେ ଓଡ଼ିଶାର ୮ ଜଣ ନିଖୋଜ, ଢେଙ୍କାନାଳର ୫ଜଣ

ସିକ୍କିମ ବନ୍ୟାରେ ଓଡ଼ିଶାର ୮ ଜଣ ନିଖୋଜ । ଢେଙ୍କାନାଳର ୫ଜଣଙ୍କ ସମେତ ୮ ଜଣ ସାଙ୍ଗ ହୋଇ ସିକ୍କିମ ଯାଇଥିବା ବେଳେ ବନ୍ୟା ପରେ ସେମାନଙ୍କର କୌଣସି ଖୋଜଖବର ନାହିଁ । ସେମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ଜିଲ୍ଲା ସିମିନଇରୁ ଜଣେ, ଆଙ୍କରାନ୍ତିପୁର ଗାଁର ଭାଇ ଭଉଣୀ , କାଣ୍ଡବିନ୍ଧା ଗାଁର ଜଣେ ,ଢେଙ୍କାନାଳ ସହରର ଜଣେ ଅଛନ୍ତି ।

ସେହିପରି କଟକ ଚୌଦ୍ଵାର ଅଞ୍ଚଳର ଦମ୍ପତି ମଧ୍ୟ ନିଖୋଜ ଥିବା ଜଣାଯାଇଛି । ଏମାନଙ୍କ ବ୍ୟତୀତ ଭୁବନେଶ୍ବରରୁ ଜଣଙ୍କର ପ୍ରଳୟଙ୍କରୀ ବନ୍ୟା ପରେ କୌଣସି ଖୋଜଖବର ନାହିଁ । ଢେଙ୍କାନାଳର ସଦର ଥାନା ସିମିନଇ ଗାଁରେ ଚନ୍ଦ୍ରଶେଖର ସିଂଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକ ।

ସିକ୍କିମ ବନ୍ୟା ପରେ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଗତ ୨ ତାରିଖ ରାତି ୯ଟାରେ ଶେଷ ଥର ଚନ୍ଦ୍ରଶେଖରଙ୍କ ସହ କଥା ହୋଇଥିଲେ ପରିବାର ଲୋକ । ଏହାପରେ ପୁଅ କିମ୍ବା ତାଙ୍କର ସାଙ୍ଗମାନଙ୍କ ସହ ଆଉ କୌଣସି ଯୋଗାଯୋଗ ହୋଇ ପାରୁନଥିବାରୁ ପରିବାର ଲୋକେ ଜିଲ୍ଲାପାଳଙ୍କ ସହଯୋଗ ଲୋଡ଼ିଛନ୍ତି । ପୁଅକୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.