କୁନି ଝିଅ ସହ ବୁଲିବାକୁ ବାହାରିଲେ ଆଲିଆ ଭଟ୍ଟ, ହ୍ଵାଇଟ୍ ଫ୍ରକ୍ ଓ କ୍ୟୁଟ୍ ହେୟାରଷ୍ଟାଇଲ୍ରେ ନଜର ଆସିଲେ ରାହା
ବର୍ତ୍ତମାନ ଆଲିଆ ଭଟ୍ଟ ଏବଂ ତାଙ୍କ ଝିଅର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । କିନ୍ତୁ ଏଥିରେ ରାହାଙ୍କ ମୁହଁ ଦେଖାଯାଉନି । ଏହି ବର୍ଷ ନଭେମ୍ବରରେ ରାହା ୧ବର୍ଷର ହେବାକୁ ଯାଉଛି ।
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ନିଜ ଝିଅ ରାହା କପୁରଙ୍କ ସହିତ ନଜର ଆସିଛନ୍ତି । ମୁମ୍ବାଇରେ ରାହା ତାଙ୍କ ମା’ ଆଲିଆଙ୍କ ସହିତ ବୁଲିବାକୁ ଯାଉଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସାମ୍ନାକୁ ଆସିଛି । ଆଲିଆ ରାହାଙ୍କୁ କୋଳରେ ଧରି କାରରେ ବସିଥିବାର ଦେଖାଯାଇଛି । ଆଲିଆ ଏକ ହ୍ଵାଇଟ୍ ସାର୍ଟ ଏବଂ ଡେନିମ୍ ବ୍ଲୁ ଜିନ୍ସ ପିନ୍ଧିଥିବା ବେଳେ ରାହା ଏକ ହ୍ଵାଇଟ୍ ଫ୍ରକ୍ ପିନ୍ଧିଥିଲେ । ରାହାଙ୍କ କ୍ୟୁଟ୍ ହେୟାରଷ୍ଟାଇଲ୍ ଫ୍ୟାନ୍ସମାନଙ୍କର ହୃଦୟ ଜିତି ନେଇଥିଲା । ଏବେ ସେମାନଙ୍କର ଏକ ଆଉଟିଙ୍ଗ୍ର ଭିଡିଓ ଭାଇରାଲ ହେବାରେ ଲାଗିଛି କିନ୍ତୁ ଏଥିରେ ରାହାଙ୍କ ଚେହେରା ଦେଖାଯାଉନାହିଁ ।
ଚଳିତ ବର୍ଷ ନଭେମ୍ବରରେ ରାହା ୧ବର୍ଷର ହେଇଯିବେ । ଗତ ବର୍ଷ ନଭେମ୍ବର ୭ରେ ଯେତେବେଳେ ରାହାଙ୍କର ଜନ୍ମ ହୋଇଥିଲା ରଣବୀର ଓ ଆଲିଆ ତାଙ୍କ ଝିଅକୁ କ୍ୟାମେରା ଠାରୁ ଦୂରରେ ରଖିବା ପାଇଁ ମିଡିଆଙ୍କୁ ଅନୁରୋଧ କରିଥିଲେ । ରାହାଙ୍କର କୌଣସି ଫଟୋ କିମ୍ବା ଭିଡିଓ ନେବାକୁ ମଧ୍ୟ ମନା କରିଥିଲେ । ଏହି କାରଣରୁ ଆଜି ପର୍ଯ୍ୟନ୍ତ ରାହାଙ୍କର କିଛି ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସିନାହିଁ । ରଣବୀର ଓ ଆଲିଆ ଚାହୁଁନାହାନ୍ତି ଯେ ତାଙ୍କ ଝିଅର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉ ।
ସୂଚନାଯୋଗ୍ୟ ଯେ ଆଲିଆ ଓ ରଣବୀର ଗତ ବର୍ଷ ଏପ୍ରିଲରେ ବିବାହ କରିଥିଲେ । ବିବାହର ୭ ମାସ ପରେ ଆଲିଆ ମା’ ହୋଇଥିଲେ । କିଛି ସମୟର ବ୍ରେକ୍ ପରେ ଆଲିଆ ପୁଣିଥରେ ଫିଲ୍ମରେ ଆସିଥିଲେ । ତାଙ୍କର ପୂର୍ବ ଫିଲ୍ମ ‘ରକି େଓର ରାନୀକି ପ୍ରେମ କାହାଣୀ’ ଖୁବ୍ ହିଟ୍ ହୋଇଥିଲା । ଏବେ ସେ ତାଙ୍କ ପରବର୍ତ୍ତୀ ଫିଲ୍ମ ‘ଜିଗ୍ରା’ ପାଇଁ ସୁଟିଂ କରୁଛନ୍ତି । ଏହା ବ୍ୟତୀତ ଆଲିଆଙ୍କର ନିଜର ପ୍ରଡକ୍ସନ ହାଉସ୍ ଇଟରନଲ ସନସାଇନ ମଧ୍ୟ ଅଛି । ଏହି ବ୍ୟାନର୍ରେ ସେ ‘ଡାର୍ଲିଙ୍ଗ୍’ ପିଲ୍ମ କରିଥିଲେ ଯାହା ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା ।