ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁ ନେଇ ବ୍ଲାକମେଲିଂ ଅଭିଯୋଗ, ଅଭୁଯୁକ୍ତକୁ ଗିରଫ କଲା ବରଗଡ଼ ପୋଲିସ
ବରଗଡ(କେନ୍ୟୁଜ୍): ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ । ବିଭିନ୍ନ ସରକାରୀ ଅଧିକାରୀଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗରେ ଜଣେ ଅଭୁଯୁକ୍ତକୁ ଗିରଫ କରିଛି ବରଗଡ଼ ପୋଲିସ । ଅଭିଯୁକ୍ତ ହେଲେ ଦେବଗଡ଼ ପ୍ରଭାଶୁଣି ଗାଁର ସୁଶାନ୍ତ କୁମାର ରଣଜିତ୍ । ତାକୁ କୋରାପୁଟ ଜୟପୁରରୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସ୍ପି ପଦ୍ମିନୀ ସାହୁ । କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଅନୁଗୁଳ ଜିଲ୍ଲାର ସରକାରୀ ଅଧିକାରୀଙ୍କୁ ଫୋନ୍ କରି ମନ୍ତ୍ରୀ ସୁଶାନ୍ତ ସିଂ ବୋଲି ପରିଚୟ ଦେଇ ଟଙ୍କା ମାଗୁଥିଲା । ସୋହେଲାର ଗଣତନ୍ତ୍ର ପ୍ରଧାନଙ୍କ ଅଭିଯୋଗ ଅନୁସାରେ ସୋହେଲା ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ନିକଟରୁ ପାସ୍ବୁକ୍, ଚେକ୍ବୁକ୍ ଓ ମୋବାଇଲ ଆଦି ଜବତ ହୋଇଛି ।