Below header

ମେଘନାଦ ପାଚେରୀରୁ ୭୫ ମିଟର ଉଚ୍ଛେଦକୁ ନେଇ ଚାଲିଥିବା ସର୍ଭେ ଓ ମାପଚୁପକୁ ବିରୋଧ, ବିନା ନୋଟିସ୍‌ରେ ସର୍ଭେ କରାଯାଉଥିବା ଅଭିଯୋଗ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ପରିଧିରେ ଉଚ୍ଛେଦ ନେଇ ଚାଲିଥିବା ସର୍ଭେ ଓ ମାପଚୁପକୁ ବିରୋଧ । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ସର୍ଭେକୁ ବିରୋଧ କରାଯାଇଛି । ବିନା ନୋଟିସ ଓ ଆଲୋଚନାରେ ପ୍ରଶାସନ ବଳପୂର୍ବକ ସର୍ଭେ କରୁଥିବା ଅଭିଯୋଗରେ ସ୍ଥାନୀୟ ବାସିନ୍ଦା ଓ ସେବାୟତ ଏହାକୁ ବିରୋଧ କରିଛନ୍ତି । ଏନେଇ ହରଚଣ୍ଡୀ ସାହିର ବେଲାବାଇ ମନ୍ଦିରରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ସ୍ଥାନୀୟ ବାସିନ୍ଦା ଆଲୋଚନା କରିଥିଲେ । କେବଳ ହରଚଣ୍ଡୀ ସାହି କିମ୍ବା ମଣିକର୍ଣ୍ଣିକା ସାହି ନୁହେଁ ବରଂ ଶ୍ରୀମନ୍ଦିର ଚାରିପାଖରେ ଅଧିକାଂଶ ସାହିର ବାସିନ୍ଦା ଏଭଳି ସର୍ଭେ ଓ ମାପଚୁପକୁ ବିରୋଧ କରିଛନ୍ତି । ଆଇନ ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ନୋଟିସ କିମ୍ବା ଆଲୋଚନା ନକରି ପୋଲିସ ଫୋର୍ସ ଉପସ୍ଥିତିରେ ଘରେ ପଶି ମାପଚୁପକୁ ବିରୋଧ କରାଯାଇଛି । ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଆଇନ ଅନୁଯାୟୀ ଶ୍ରୀମନ୍ଦିର ୭୫ ମିଟର ପରିଧି ମଧ୍ୟରେ ଶେଷ ଲାଇନ ଅଫ କଣ୍ଟ୍ରୋଲକୁ ଚିହ୍ନଟ କରି ମାର୍କିଂ କରାଯାଉଛି । ମାପଚୁପ ସରିବା ପରେ ଲୋକଙ୍କ ଅଭିଯୋଗ ଓ ଆପତ୍ତି ଶୁଣାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.