ତେଲୁଗୁ ସୁପରଷ୍ଟାର୍‌ ନାଗାର୍ଜୁନଙ୍କ ଫାର୍ମ ହାଉସ୍‌ରେ ବ୍ୟକ୍ତିଙ୍କ ଗଳିତ ମୃତଦେହ!

ନାଗାର୍ଜୁନ, ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ଲୋକପ୍ରିୟ କଳାକାର। ଲୋକେ ତାଙ୍କୁ ‘ଅକ୍କିନେନି ନାଗାର୍ଜୁନ’ ନାଁରେ ଜାଣିଥାଆନ୍ତି। ସେ ହ୍ରାଇଦ୍ରାବାଦରେ ରୁହନ୍ତି। ବର୍ତ୍ତମାନ ନାଗାର୍ଜୁନ ଏକ ଘଟଣାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କଥାଟି ହେଉଛି, ତାଙ୍କ ଫାର୍ମ ହାଉସରେ ଏକ ଗଳିତ ମୃତଦେହ ମିଳିଛି। ଏହି ଫାର୍ମ ହାଉସ୍‌ ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲାରେ ପାପିରେଡ୍ଡୀଗୁଡ଼ା ନାମକ ଜାଗାରେ ରହିଛି।

ଜାଣନ୍ତୁ ପୂରା ଘଟଣା

ଘଟଣାଟି ୧୮ ସେପ୍ଟେମ୍ବରର। ନାଗାର୍ଜୁନ ତାଙ୍କ ଫାର୍ମ ହାଉସ୍‌ର ସଫା ସୁତରା କରିବାକୁ କେତେଜଣ ଶ୍ରମିକଙ୍କୁ ସେଠାକୁ ପଠାଇଥିଲେ। ଯେତେବେଳେ ଶ୍ରମିକମାନେ ଫାର୍ମ ହାଉସ୍‌ରେ ପହଞ୍ଚିଥିଲେ, ସେଠାରୁ ଭୟଙ୍କର ଦୁର୍ଗନ୍ଧ ବାହାରୁଥିଲା। ସେମାନେ ଘର ଭିତରକୁ ଯାଇ ଦେଖିଲା ବେଳକୁ ସେଠାରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ପଡ଼ିଥିଲା। ମୃତଦେହଟି ପାଖାପାଖି କଙ୍କାଳ ହୋଇସାରିଥିଲା। ଏହା ଦେଖି ଶ୍ରମିକମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ପୋଲିସର କହିବା ମୁତାବକ, ମୃତଦେହ ପୂରାପୂରି ପଚିଯାଇଥିଲା। ଘଟଣାଟି ୬ ମାସ ପୂର୍ବର ବୋଲି ଅନୁମାନ କରାଯାଉଛି। ଏହା ଆତ୍ମହତ୍ୟା ଘଟଣା ହୋଇଥାଇପାରେ ବୋଲି ପୋଲିସ ଆଶଙ୍କା କରିଛି।

ଏହାସହ ପଢ଼ନ୍ତୁ: ଘର ବାହାରେ ଶୋଇଥିବା ଶିଶୁକନ୍ୟାକୁ ଚୋରାଇ ନେଉଥିଲା ରିକ୍ସାବାଲା, ଉଠିପଡ଼ିଲେ ପରିବାର ଲୋକେ

ରିପୋର୍ଟ ମୁତାବକ, ଏହି କ୍ଷେତ ୪୦ ଏକର ପଯ୍ୟର୍ନ୍ତ ବ୍ୟାପିଛି। କିନ୍ତୁ ଦୀର୍ଘ ଦିନ ହେବ ତାହା ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ନାଗାର୍ଜୁନ ଗତ କିଛିଦିନ ପୂର୍ବରୁ ଏହି ଜମି କିଣିଥିଲେ। ଅନ୍ୟପକ୍ଷରେ ମୃତ୍ୟୁର କାରଣ ସ୍ପଷ୍ଟ ନ ଥିବାରୁ ପୋଲିସ ଏ ବିବାଦରେ କୌଣସି ସୂଚନା ଦେବାକୁ ମନା କରିଦେଇଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବାକୁ ପୋଲିସ ଉଦ୍ୟମ ଚଳାଇଛି। ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.