ଭୁବନେଶ୍ୱର: ଲକ୍ଷ୍ମୀସାଗର ସୁକାନ୍ତି ଡର୍ମିଟୋରୀରେ ହତ୍ୟାକାଣ୍ଡ, ବୟସ୍କ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ୟୁଜ୍) : ହୋଟେଲରେ ହତ୍ୟକାଣ୍ଡ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଆନ୍ତର୍ଗତ ସୁକାନ୍ତି ଡର୍ମିଟୋରୀରେ ଏହି ହତ୍ୟାକାଣ୍ଡ ହୋଇଛି । ଗଳାକାଟି ଜଣେ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ପହଁଚି ତଦନ୍ତ ଆରମ୍ଭ କରୁଛନ୍ତି । ପୂର୍ବରୁ ସେ ରେଳବାଇ ବିଭାଗରେ କାର୍ଯ୍ୟ କରୁଥିଲେ । ମୃତଙ୍କ ନାଁ ଟି ଡି ରାଓ । ତାଙ୍କ ଘର ଜଟଣୀ ଅଞ୍ଚଳରେ । ଦୁଇ ଜଣ ଲୋକ ବାପ ପୁଅ ପରିଚୟ ଦେଇ ହୋଟେଲକୁ ଆସିଥିଲେ । କିଛି ସମୟ ପରେ ସାବୁନ ଆଣିବା ନାଁରେ ଯୁବକ ଜଣଙ୍କ ବାହାରକୁ ଯାଇଥିଲେ । ପରେ ବୃଦ୍ଧଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ ହୋଟେଲ କର୍ମଚାରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.