ଲଜ୍ଜ୍ୟାଜନକ ! ମାନସିକଭାବେ ବିକାର ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଦେଲେ ଏଭଳି ଦଣ୍ଡ, ଦେଖନ୍ତୁ ଭିଡିଓ

ଆମେରିକାର ଟେକ୍ସାସରେ ଘଟିଛି ଏଭଳି ଏକ ଘଟଣା ଯାହା ଦେଖିଲା ପରେ ନିଶ୍ଚୟ ଆପଣଙ୍କ ଆଖିରେ ଲୁହ ଭରିଯିବ । ଏଠାରେ ଜଣେ ଶିକ୍ଷୟିତ୍ରୀ କରିଛନ୍ତି ଏପରି କାଣ୍ଡ ଯାହା ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେନି । ମାନସିକ ଭାବେ ବେମାର ଥିବା ଜଣେ ଛାତ୍ରୀକୁ ଶିକ୍ଷୟିତ୍ରୀ ଜଣକ ଅତି ନିର୍ଦ୍ଦୟ ଭାବେ ପିଟୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏପରିକି ପିଲାଟିକୁ ମାରି ମାରି ସେ ତଳେ ପକାଇ ଦେଇଛନ୍ତି ।

video courtesy Mf News

ଏହି ଶିକ୍ଷୟିତ୍ରୀଙ୍କ ନାମ ହେଉଛି Tiffani Shadell Lankford ଏବଂ ଘଟଣାଟି ଘଟିଛି ଲେହମେନ ହାଇସ୍କୁଲରେ । ଶିକ୍ଷୟିତ୍ରୀଙ୍କର ଏଭଳି ଆଚରଣ ପରେ ପ୍ରଶାସନ ତାଙ୍କୁ ତୁରନ୍ତ ଚାକିରିରୁ ବାହାର କରିଦେଇଛି । ତେବେ ଏହି କାରଣ ପାଇଁ ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଛି । ସୂଚନା ଅନୁଯାୟୀ ଏହି ଛାତ୍ରୀଙ୍କର ବୟସ ୧୬ ବର୍ଷ । ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଏପରି ଭାବେ ପିଟିଥିଲେ ଯେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରିକି ତାଙ୍କୁ ଗଭୀର ଆଘାତ ମଧ୍ୟ ଆସିଛି । ଛାତ୍ରୀର ପରିବାର ଲୋକଙ୍କ କହିବା ଅନୁଯାୟୀ ଏଭଳି ଶିକ୍ଷୟିତ୍ରୀଙ୍କୁ ଉଚିତ ଶାସ୍ତି ମିଳିବା ଆବଶ୍ୟକ ।

ଏହାସହ ପଢନ୍ତୁ ଜଗତେ ନଥିବେ ଏପରି କୁଳାଙ୍ଗାର ପୁତ୍ର, ବାଇକ ପାଇଁ କବରରୁ ଚୋରି କରୁଥିଲା ମୃତ ପିତାମାତାଙ୍କ ହାଡ଼

ପୋଲିସର କହିବା ଅନୁଯାୟୀ ଏହି ଶିକ୍ଷୟିତ୍ରୀଙ୍କ ଉପରେ ପୂର୍ବରୁ ମଧ୍ୟ ଘରୋଇ ହିଂସାକୁ ନେଇ ମାମଲା ରହିଛି ଏବଂ ଏହା ପୂର୍ବରୁ ମଧ୍ୟ ପୋଲିସ ତାଙ୍କୁ ଗିରଫ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.