ବାହାରିନ୍‌ରୁ ଓଡ଼ିଶା ଫେରିବେ ପ୍ରବାସୀ ଓଡ଼ିଆ, ୨୦ ତାରିଖରେ ପହଞ୍ଚିବେ ଭୁବନେଶ୍ୱର

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ) : ବାହାରିନ୍‌ରୁ ଓଡ଼ିଶା ଫେରିବେ ପ୍ରବାସୀ ଓଡ଼ିଆ । ଆସନ୍ତା ୨୦ ତାରିଖରେ ପ୍ରବାସୀ ଓଡ଼ିଆ ଭୁବନେଶ୍ୱରରେ ପହଞ୍ଚିବେ । ବାହାରିନ୍‌ରୁ ଭାୟା ଦିଲ୍ଲୀ ହୋଇ ଭୁବନେଶ୍ୱରରେ ପହଞ୍ଚିବ ବିମାନ । ଏଥିପାଇଁ ପ୍ରବାସୀଙ୍କୁ ବିମାନ ଟିକେଟ୍‌ ମିଳିସାରିଛି । ଘରକୁ ଆସିବା ପାଇଁ ଟିକେଟ୍‌ ପାଇଥିବାରୁ ସମସ୍ତେ ଖୁସି ଅଛନ୍ତି । ଓଡ଼ିଶା ଫେରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.