କରଞ୍ଜିଆରେ ହାଲୁକା ଶୀତ ସହ ପ୍ରବଳ କୁହୁଡି ଅନୁଭୂତ, ୧୦ରୁ ୧୫ ଫୁଟ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନାହିଁ ରାସ୍ତା

କରଞ୍ଜିଆ(କେନ୍ୟୁଜ୍): ଆସୁଛି ଶୀତ । କରଞ୍ଜିଆରେ ହାଲୁକା ଶୀତ ସହ ପ୍ରବଳ କୁହୁଡି ଅନୁଭୂତ । କରଞ୍ଜିଆ ଉପଖଣ୍ଡରେ ସକାଳୁ ସକାଳୁ କୁହୁଡି ଦେଖାଦେଲାଣି । ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ୧୦ରୁ ୧୫ ଫୁଟ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନାହିଁ। ଫଳରେ ରାସ୍ତାରେ ଯାତାୟାତ କଷ୍ଟକର ହୋଇପଡିଛି ।

ଗାଡି ଚାଳକମାନେ ଲାଇଟ ଜଳାଇ ଯାତାୟାତ କରୁଛନ୍ତି । ସବୁଆଡେ କୁହୁଡିର ଧଳା ଚାଦର ଘୋଡାଇ ରଖିଛି । ବିଶେଷକରି ଜାତୀୟ ରାଜପଥ ୪୯ ସିଙ୍ଗିଡା ନିକଟରେ ଯିବା ଆସିବା କଷ୍ଟକର ହୋଇଛି । କରଞ୍ଜିଆ ଉପଖଣ୍ଡରେ ଶୁକୃଳି, ରରୁଆ ଅଞ୍ଚଳରେ ପ୍ରବଳ କୁହୁଡି ଦୃଶ୍ୟମାନ ହୋଇଛି । ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.