Below header

ବାଲେଶ୍ୱର ଜିଲ୍ଲାରେ ଖଣି ମାଫିଆଙ୍କ ଦୌରାତ୍ମ, ଖବର ସଂଗ୍ରହ ବେଳେ କେନ୍ୟୁଜ୍ ରିପୋର୍ଟରଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର(କେନ୍ୟୁଜ୍):  ବାଲେଶ୍ୱର ଜିଲ୍ଲାରେ ଖଣି ମାଫିଆଙ୍କ ଦୌରାତ୍ମ । ସାମ୍ବାଦିକଙ୍କୁ ଆକ୍ରମଣ । କେନ୍ୟୁଜ୍ ବାଲେଶ୍ୱର ଜିଲ୍ଲା ସୋର ରିପୋର୍ଟର କୈଳାସ ଚନ୍ଦ୍ର ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଖଣି ମାଫିଆ । ଖଇରା ତହସିଲଦାର ଏକ ପଥର ବୋଝେଇ ଟ୍ରକ୍‌ ଜବତ କରି ଆଣିବା ବେଳେ କୈଳାସ ବେହେରା ଏହାର ଭିଡିଓ ଉତ୍ତୋଳନ କରିଥିଲେ ।

journalist

ଏଥିରେ ଉତକ୍ଷିପ୍ତ ହୋଇ ବେଲଚାରେ ଆକ୍ରମଣ କରିଥିଲେ ବାଲି ମାଫିଆ । ଏଥିରେ କୈଳାସଙ୍କ ପେଟ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଏନେଇ ଖଇରା ଥାନାରେ ଏତଲା ଦେଇଛନ୍ତି କୈଳାସ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବାଲେଶ୍ୱର ଜିଲ୍ଲାର ସାମ୍ବାଦିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.