ଯାଜପୁର: ବ୍ୟାଙ୍କ ସିକୁରିଟି ଗାର୍ଡଙ୍କ ଆକ୍ରମଣରେ ଚାଷୀ ଆହତ

ଯାଜପୁର ଟାଉନ(କେନ୍ୟୁଜ୍):  ବ୍ୟାଙ୍କ ସିକୁରିଟି ଗାର୍ଡଙ୍କ ଆକ୍ରମଣରେ ଚାଷୀ ଆହତ । ଯାଜପୁର ରେଡ଼ କ୍ରସ ଛକ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଆସିଛି ଏପରି ଅଭିଯୋଗ । ସୁଚନା ମୁତାବକ ଆଜି ବ୍ୟାଙ୍କକୁ ବୀମା ଟଙ୍କା ଲାଗି ଶତାଧିକ ଚାଷୀ ଆସିଥିଲେ । ବୀମା ରାଶି ପ୍ରଦାନ ରେ ବିଳମ୍ବ ହେଉଥିବାରୁ ଯାଜପୁର ବ୍ଲକ ଶିମିଳିଆ ଅଂଚଳର ଚାଷୀ ରାଜକିଶାେର ନାୟକ ବ୍ୟାଙ୍କ ଶାଖା ପରିଚାଳକକୁ ଭେଟିବାକୁ ଚାହିଁଥିଲେ। କିନ୍ତୁ ସିକୁରିଟି ଗାର୍ଡ ତାଙ୍କୁ ଛାଡି ନଥିଲା । ଏହାକୁ ନେଇ ଯୁକ୍ତିତର୍କ ଓ ଗଣ୍ଡଗୋଳ ହୋଇଥିଲା।ଏହି ଠେଲା ପେଲାରେ ଚାଷୀଙ୍କ ମୁଣ୍ଡ ଫାଟିଥିଲା ।

ଏହାକୁ ନେଇ ଉପସ୍ଥିତ ଥିବା ଚାଷୀଙ୍କ ମଧ୍ୟରେ ଉତେଜନା ଦେଖା ଦେବାରୁ ସମ୍ପୃକ୍ତ ସିକୁରିଟି ଗାର୍ଡ ଚାଷୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଅନ୍ୟପଟେ ଆହତ ହୋଇଥିବା ଚାଷୀ ଆକ୍ରମଣ ଘଟଣା ସତ ଓ ଏହା ସମାଧାନ ହୋଇଯାଇଥିବା କହିଛନ୍ତି ଓ ଏହାର ତଦନ୍ତ କରାଯିବ ବୋଲି ଶାଖା ପରିଚାଳକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.