ଯାଜପୁରର ଅଟଳ ହତ୍ୟା ମାମଲା: ଅସଲ ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରିଲେ ଅଞ୍ଚଳବାସୀ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଳକ ଇସ୍‌ମାଇଲ୍‌ପୁର ଗ୍ରାମର ସୁବାସ କୁଅଁର ଓରଫ୍ ଅଟଳଙ୍କ ହତ୍ୟା ଘଟଣା ପ୍ରତିବାଦ କରି ମଙ୍ଗଳପୁର ପଞ୍ଚାୟତବାସୀଙ୍କ ପକ୍ଷରୁ ଥାନା ଘେରାଉ କରାଯାଇଛି। ଅଟଳକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ଓ ଏଥିରେ ଏକାଧିକ ଲୋକଙ୍କ ଭୂମିକା ରହିଛି ବୋଲି ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ କେବଳ ଅଟଳଙ୍କ ପତ୍ନୀଙ୍କ ବୟାନ କୁ ଆଧାର କରି ତଦନ୍ତ କରି ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ତଦନ୍ତ ସମୟରେ ପୋଲିସ ଅଟଳଙ୍କ ପୁଅ ବୟାନକୁ ରେକର୍ଡ କରି ତଦନ୍ତ କରିବା ଆବଶ୍ୟକ।

jajpur1

ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାରେ ବିଳମ୍ବ ହେବା ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ମଙ୍ଗଳପୁର ପଞ୍ଚାୟତବାସୀଙ୍କ ପକ୍ଷରୁ ମଙ୍ଗଳପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ଏକ ସପ୍ତାହ ମଧ୍ୟରେ ପ୍ରକୃତ ଘଟଣାର ପର୍ଦାଫାସ ନ ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ମଙ୍ଗଳପୁରପଞ୍ଚାୟତ ସରପଞ୍ଚ ଶିଶିର ଧଳ, ସୁଦିପ୍ତ କୁଅଁର, ଗୋବିନ୍ଦ କୁଅଁରଙ୍କ ନେତୃତ୍ୱରେ ରଞ୍ଜନ କୁମାର କୁଅଁର, ପୂର୍ଣ୍ଣ ଚନ୍ଦ୍ର ଦାସ, ଅଜୟ ସାହୁ, ସୁଶାନ୍ତ ଦାସ, ସୁଶାନ୍ତ କୁମାର ବିଶ୍ୱାଳ, ବିରେନ୍ଦ୍ର କୁମାର ସାହାଣୀ, ମାନସ ମହାନ୍ତି ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳପୁର ଥାନା ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଅପରପକ୍ଷେ ପୁଲିସ୍ ସବୁଦିଗ ପ୍ରତି ତଦନ୍ତ ଜାରି ରହିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.