ଜୁନ ୧୭ ପରେ କଲେଜ ଖୋଲିବା କ୍ଷଣି ଯେକୌଣସି ସମୟରେ ହେବ ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଜୁନ ୧୭ ପରେ କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା ହେବ । ଛୁଟି ସମୟରେ ପାଠ ପଢ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ପିଜି ଏକକ ପ୍ରବେଶିକା ପରୀକ୍ଷା ପାଇଁ ସମସ୍ତ କୁଳପତିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଦେଶରେ ଶିକ୍ଷା ବ୍ୟବସ୍ଥାର ସାମ୍ପ୍ରତିକ ସ୍ଥିତିକୁ ନେଇ ୟୁଜିସି ଏକ ସାତ ଜଣିଆ କମିଟି ଗଠନ କରିଛି । କମିଟି ରିପୋର୍ଟ ପରେ ରାଜ୍ୟ ସରକାର ଏହାର ଅନୁଧ୍ୟାନ କରିବେ । ୟୁଜିସି ରିପୋର୍ଟ ଆଧାରରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆସନ୍ତା ୨୦ ତାରିଖରୁ ଉଚ୍ଚଶିକ୍ଷା ବିଭାଗର ଗ୍ରୁପ-ଏ ଅଫିସରମାନେ ଆସିବା ବାଧ୍ୟତାମୁଳକ । ଗ୍ରୁପ୍‌ – ସି ଓ ଡି କର୍ମଚାରୀମାନେ ଅଳ୍ପ ସଂଖ୍ୟାରେ ଆସିବେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.