ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀରରୁ ଟିଟିଲାଗଡ ଫେରୁଥିବା ସମୟରେ ବରଗାଁ ଛକରେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ପହଁଚାଇଲେ ହସ୍ପିଟାଲ୍

ବଲାଙ୍ଗିର : ମାନବିକତାର ପରିଚୟ ଦେଖାଇଲେ ବଲାଙ୍ଗୀର ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ I ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବଲାଙ୍ଗୀରରୁ ଟିଟିଲାଗଡ ଫେରୁଥିବା ସମୟରେ ବରଗାଁ ଛକଠାରେ ଦୁର୍ଘଟଣାରେ ପଡିଥିବା ମହିଳାଙ୍କୁ ଦେଖି ସଇଁତଳା ହସ୍ପିଟାଲକୁ ନିଜ ଗାଡିରେ ନେଇଥିଲେ ।

ହସ୍ପିଟାଲରେ ନିଜେ ଉପସ୍ଥିତ ରହି ମହିଳାଙ୍କ ଚିକିତ୍ସା ସୁବିଧା କରିଥିଲେ । ଉପସ୍ଥିତ ଲୋକଙ୍କୁ ଦୁର୍ଘଟଣାରେ ପଡିଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.