Below header

ଗୀତା ଗୋପିନାଥଙ୍କୁ ସୁନ୍ଦରୀ ଇକୋନୋମିଷ୍ଟ କହି ଅଡୁଆରେ ବିଗ୍ ବି, ୟୁଜର୍ସ କରୁଛନ୍ତି ଟ୍ରୋଲ

ବିଗ୍ ବି ଅମିତାଭ ବଚ୍ଚନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କ ଫିଲ୍ମକୁ ନେଇ ତ କେତେବେଳେ ନିଜ ସୋସିଆଲ ମିଡ଼ିଆ ଫୋଷ୍ଟକୁ ନେଇ । ଏବେ ଏମିତି ଏକ ଟିପ୍ପଣୀକୁ ନେଇ ବିଗ୍ ବି ଟ୍ରୋଲ ହୋଇଛନ୍ତି । ସୋସିଆଲ ମିଡିଆରେ ସେ ଫ୍ୟାନଙ୍କ ଟ୍ରୋଲର ଶିକାର ହୋଇଛନ୍ତି । କୌନ୍ ବନେଗା କରୋଡପତିର କାର୍ଯ୍ୟକ୍ରମରେ ଗୀତା ଗୋପିନାଥଙ୍କୁ ସୁନ୍ଦରୀ ଇକୋନୋମିଷ୍ଟ କହି ଅଡୁଆରେ ଛନ୍ଦି ହୋଇପଡିଛନ୍ତି ବିଗ୍ ବି । ଜଣାଶୁଣା ଅର୍ନ୍ତରାଷ୍ଟ୍ରୀୟ ଇକୋନୋମିଷ୍ଟ ଗୀତା ଗୋପିନାଥଙ୍କୁ ସୁନ୍ଦର ଚେହେରା ବୋଲି କହିଥିଲେ । ଏତେ ସୁନ୍ଦର ଚେହେରା ଓ ଇକୋନୋମି ସହ କେହି ବି ଯୋଡି ପାରିବେନି ବୋଲି କହିଥିଲେ ଅମିତାଭ ବଚ୍ଚନ । କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀଙ୍କୁ ଗୀତାଙ୍କୁ ସୁନ୍ଦରୀ ବୋଲି ଅମିତାଭ କହିଥିଲେ ।

ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିବା ପରେ ଗୀତା ଗୋପିନାଥ କହିଥିଲେ , ଏହା ସବୁଠୁ ସ୍ପେଶାଲ, କାରଣ ଅମିତାଭ ବଚ୍ଚନଙ୍କ ମୁଁ ବଡ଼ ଫ୍ୟାନ । କିଛି ୟୁଜର୍ସ ଅମିତାଭଙ୍କ ଟିପ୍ପଣୀକୁ ପସନ୍ଦ କରିଛନ୍ତି । ହେଲେ ଅନେକ ଏହାର ବିପରୀତ ଅର୍ଥ ବାହାର କରିଛନ୍ତି । ସୁନ୍ଦର ମହିଳା କ’ଣ ଇକୋନୋମିଷ୍ଟ ହୋଇପାରିବେନି ? ସୌନ୍ଦର୍ଯ୍ୟ ଓ ମସ୍ତିସ୍କ ସହ ତୁଳନା କରିବା ଉଚିତ୍ ନୁହେଁ । ବିଶ୍ୱରେ ଅନେକ ମହିଳା ସୁନ୍ଦରୀ ଇକୋନୋମିଷ୍ଟ ଅଛନ୍ତି, ଅମିତାଭ ଜାଣି ରଖିବା ଦରକାର ବୋଲି କହିଛନ୍ତି ୟୁଜର୍ସ । ଗୀତା ଗୋପୀନାଥ ହେଉଛନ୍ତି ଅର୍ନ୍ତଜାତୀୟ ମୁଦ୍ରା ଫଣ୍ଡର ମୁଖ୍ୟ । ସେ ୨୦୧୯ରୁ ଏହି ପଦରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.