Below header

ପୁଣି ଆଉ ୩ ଦିନିଆ ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ନନ୍ଦ, ଅନେକ ଗୁମର ଖୋଲୁଛି ପୋଲିସ୍

ଭୁବନେଶ୍ବର: ପୁଣି ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ନନ୍ଦ । ଆଉ ୩ ଦିନ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ପୋଲିସ । ଲକ୍ଷ୍ମୀସାଗର ଥାନାରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କିଡ୍‌ନୀ ଠକେଇ ନେଇ ଜଣେ ମହିଳା ଅଭିଯୋଗ କରିଥିଲେ । ପୂର୍ବରୁ ନୟାପଲ୍ଲୀ ପୋଲିସ ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା । ଏହି ସମୟରେ ହିମାଂଶୁ ନନ୍ଦର କଳା ସାମ୍ରାଜ୍ୟର ଅନେକ ଗୁମର ପୋଲିସ ହାତରେ ଲାଗିଛି ।

ଲୋକଙ୍କୁ ଠକି ସେମାନଙ୍କ ଟଙ୍କାରେ ହିମାଂଶୁ କରିଥିଲା ସୋରୁମ୍‌ । ପିପିଲି ନିକଟରେ ତାର ରହିଛି ଏକ ହୋମ୍‌ ଡେକୋରେଟିଂ ଅଫିସ । ନିଜ ଅଫିସର ବିଜ୍ଞାପନ ବିଭିନ୍ନ େଓ୍ଵବ ପୋର୍ଟାଲରେ କରୁଥିଲା ହିମାଂଶୁ । ହିମାଂଶୁ କେବଳ ଭୁବନେଶ୍ୱର ନୁହେଁ, ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ କିଡନୀ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିଛି । ଏବେ ସୁଦ୍ଧା ତା ନାଁରେ ରୁଜୁ ହୋଇଛି ୪ଟି ମାମଲା । ଏବେ ରାଜ୍ୟ ବାହାର ଲିଙ୍କର ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.