ଲଞ୍ଚ ହେଲା Realme C 20 ସ୍ମାର୍ଟଫୋନ, ବଜେଟରେ ପାଇପାରିବେ ମନପସନ୍ଦର ସ୍ମାର୍ଟଫୋନ

Realme କମ୍ପାନୀ ନିଜ ପ୍ରସ୍ତୁତ C ସିରିଜର ସ୍ମାର୍ଟଫୋନ Realme C 20କୁ ଲଞ୍ଚ କରିଛି । ଏହି ଫୋନରେ ମିଡିୟାଟେକ ହିଲିୟୋ G 35 ପ୍ରୋସେସର ସମେତ ୫୦୦୦ ଏମଏଏଚର ଦମଦାର ବ୍ୟାଟେରୀ ରହିଛି । ଫୋନରେ ସିଙ୍ଗଲ ରିୟର ସମେତ ସିଙ୍ଗଲ ଫ୍ରଣ୍ଟ କ୍ୟାମେରା ସୁବିଧା ବି ରହିଛି । ଏହି ଫୋନକୁ ଭିଏତନାମରେ ଭାରତୀୟ ମୁଦ୍ରା ଅନୁସାରେ ୭ ହଜାର ୮୦୦  ଟଙ୍କାରେ ଲଞ୍ଚ କରାଯାଇଛି । ତେଣୁ ଭାରତରେ ବି ଏହି ଫୋନର ମୂଲ୍ୟ ପ୍ରାୟ ସମାନ ରହିବ ବୋଲି ଆଶା କରାଯାଉଛି | ଆଉ ଏହି ଫୋନ ବ୍ଲୁ ଓ ଗ୍ରେ ରଙ୍ଗର ଭେରିୟାଣ୍ଟରେ ହିଁ ମିଳିଥାଏ । ଏହି ଫୋନ ଏକ ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ ହୋଇଥିବା ବେଳେ ଏହା ଆଣ୍ଡ୍ରଏଡ଼ 10ରେ ହିଁ କାର୍ଯ୍ୟ କରିଥାଏ ।

realme

ଏହାବାଦ ଏଥିରେ ୬.୫ ଇଞ୍ଚର HD + ଆଇପିଏସ ଡିଷ୍ପ୍ଲେ ଥିବା ବେଳେ ଏହାର ରିଜୋଲୁସନ ୭୨୦ x ୧୬୦୦ ପିକସଲ ପର୍ଯ୍ୟନ୍ତ ରହିବ । ଫୋନରେ ମିଡିୟାଟେକ ହିଲିୟୋ G 35 ପ୍ରୋସେସର, ୨ ଜିବି ରାମ ସମେତ ୩୨ ଜିବି ଷ୍ଟୋରେଜ ସୁବିଧା ବି ରହିଛି । ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇ ପାରିବ । ଏହା ବ୍ୟତୀତ ଏଥିରେ ୮ ମେଗାପିକସଲର ରିୟର କ୍ୟାମେରା ଓ ୫ ମେଗାପିକସଲର ଫ୍ରଣ୍ଟ କ୍ୟାମେରା ରହିଛି । ରିୟର କ୍ୟାମେରା ସହିତ ଏଲଇଡ଼ି ଫ୍ଲସ ଲାଇଟ ବି ରହିଛି । ରିଆଲମିର ଏହି ଫୋନରେ ୫୦୦୦ mAhର ବଡ ବ୍ୟାଟେରୀ, ଚାରଜିଙ୍ଗ ପାଇଁ ମାଇକ୍ରୋ ୟୁଏସବି ପୋର୍ଟ ଓ ୩.୫ ଏମଏମର ଏକ ହେଡ଼ଫୋନ ଜ୍ୟାକ ବି ରହିଛି ।

ଏହି ନିକଟରେ ହିଁ କମ୍ପାନୀ ପକ୍ଷରୁ Realme C 12 ସ୍ମାର୍ଟଫୋନକୁ ୪ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ସହ ବଜାରରେ ଲଞ୍ଚ କରାଯାଇଥିଲା । ଏହା ପୂର୍ବରୁ Realme C 12 ୩ ଜିବି ରାମ ସହ ୩୨ ଜିବି ଷ୍ଟୋରେଜ ଭେରିୟାଣ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.