Below header

ମାଲକାନଗିରିରେ ବଣ୍ଡା ଆଦିବାସୀଙ୍କ ପାଇଁ ବ୍ଯାଙ୍କିଙ୍ଗ ସୁବିଧା: ଖୋଲିଲା କୋରାପୁଟ କେନ୍ଦ୍ର ସମବାୟ ବ୍ଯାଙ୍କ, ଉପକୃତ ହେବେ ଅନେକ ଲୋକ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରାଜ୍ଯ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ବଣ୍ଡା ଜନଜାତି, ଆଦିବାସୀ ,ଚାଷୀ ଏବଂ ସାଧାରଣ ବର୍ଗ ଲୋକଙ୍କ ପାଇଁ ଖୋଲିଲା କୋରାପୁଟ କେନ୍ଦ୍ର ସମବାୟ ବ୍ଯାଙ୍କ। ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଶୁଭାରମ୍ଭ କରିଛନ୍ତି। ଆଗକୁକୁ ମାଓ ପ୍ରବଣ ସ୍ବାଭିମାନ ଅଞ୍ଚଳରେ ମଧ୍ୟ ଏହି ଶାଖା ଖୋଲିବ। ଉପକୃତ ହେବେ ଜିଲ୍ଲାର ହଜାର ହଜାର ଲୋକ।

ଯେଉଁ ଚାଷୀ କୃଷି ଋଣ ପାଇଁ ଦୀର୍ଘ ୫୦ କିମି ଯାଇ ଅନେକ ସମସ୍ଯାର ସମ୍ମୁଖୀନ ହେବାକୁ ପଡ଼ୁଥିଲା, ଏବେ ହାତ ପାଆନ୍ତାରେ ଏସବୁର ସୁବିଧା ଉପଲବ୍ଧ ହୋଇପାରିବ। ମହିଳା ମାନଙ୍କୁ ସଶକ୍ତିକରଣ ପାଇଁ ଶୂନ ପ୍ରତିଶତ ସୁଧରେ ଋଣ ଦେବା ସହ ଚାଷୀଙ୍କୁ ଅଧିକା ସୁବିଧା ଯୋଗାଇଦେବାକୁ ଏହି ବ୍ଯାଙ୍କ ପ୍ରତିଷ୍ଠା କରାଯାଇଛି। ସ୍ବା‌ଭିମାନ ଅଞ୍ଚଳକୁ ଯିବ ଭ୍ରାମ୍ଯମାଣ ଏଟିମ୍। ଜିଲ୍ଲାରେ ଲୋକଙ୍କୁ ବ୍ଯାଙ୍କିଙ୍ଗ ସୁବିଧା ପାଇଁ ଆଗକୁ ଅଧିକା ଶାଖା ଖୋଲିବାର ପ୍ରତିଶୃତି ଦେଇଛନ୍ତି କୋରାପୁଟ କେନ୍ଦ୍ରୀୟ ସମବାୟ ସମ୍ପାଦକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.