ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ସମସ୍ତେ ନିଜର ଭେରିଫାଏଡ ଆକାଉଣ୍ଟ ଚାହାନ୍ତି। ଗତ କିଛିବର୍ଷରୁ ୟୁଜର୍ସଙ୍କ ପାଇଁ Blue Tick Verification ବନ୍ଦ ପଡିଥିଲା। କିନ୍ତୁ ଏହି ସମସ୍ଯାର ଏବେ ସମାଧାନ ହୋଇଛି। ଟ୍ବିଟର ବ୍ଲୁ ଟିକ୍ ଭେରିଫିକେସନକୁ ପୁଣି ଆରମ୍ଭ କରିଛି। ଜାଣନ୍ତୁ କେମିତି ମିଳିବ ଭେରିଫାଏଡ ଆକାଉଣ୍ଟ
ଟ୍ବିଟର ଆଜିଠାରୁ ବ୍ଲୁ ଟିକ୍ ଭେରିଫିକେସନର ପ୍ରୋସେ ଆରମ୍ଭ କରିଛି। ଟ୍ବିଟର ଟ୍ବିଟ୍ କରି ସମସ୍ତ ଭେରିଫାଏଡ ଆକାଉଣ୍ଟ ୟୁଜର୍ସଙ୍କୁ ନିଜର ଷ୍ଟାଟସ ଚେକ୍ କରିବା ପାଇଁ କହିଛି। ଯାହାର ଟ୍ବିଟର ଆକାଉଣ୍ଟର ଆକ୍ଟିଭ ନଥିବ, ସେଗୁଡିକ ବନ୍ଦ ହୋଇଯିବ।
କାହାର ଆକାଉଣ୍ଟ ହେବ ବ୍ଲୁ ଟିକ୍ ଭେରିଫାଏଡ ?
ଟ୍ବିଟର ମୁତାବକ, କୌଣସି ଆକାଉଣ୍ଟକୁ ଭେରିଫାଏଡ କରିବା ପାଇଁ ସେହି ଆକାଉଣ୍ଟକୁ ଆକ୍ଟିଭ କରିବା ଜରୁରୀ। ଏହା ସହିତ ଆକାଉଣ୍ଟ ଯେଉଁ ୟୁଜର ରହିଛି, ସେ ଜଣେ ଚର୍ଚ୍ଚିତ ଚେହେରା ହେବା ଜରୁରୀ। ଟ୍ବିଟରରେ ଏଥିପାଇଁ ୬ ପ୍ରକାରର କ୍ଯାଟୋଗରୀ କରାଯାଇଛି। ଯେମିତି କି, ସରକାରୀ(ରାଜ୍ଯ ବା କେନ୍ଦ୍ର), କମ୍ପାନୀ, ବ୍ରାଣ୍ଡସ, ନ୍ଯୁଜ ସଂସ୍ଥା ଓ ସାମ୍ବାଦିକ, ଏଣ୍ଟରଟେନମେଣ୍ଟ ସେଲିବ୍ରିଟି, ସ୍ପୋଟର୍ସ ବ୍ଯକ୍ତିତ୍ବ, ସାମାଜିକ କର୍ମୀ ତଥା ଅନ୍ଯ ପ୍ରଭାବଶାଳୀ ବ୍ଯକ୍ତି।
Thank you for sharing feedback on our verification policy. You helped shape the version that we’re sharing today.
Check out the specifics of the new policy and how you can apply for verification next year: https://t.co/It0z9R6mur https://t.co/LNgaeURDCM pic.twitter.com/dmFXJ02kU6
— Twitter Support (@TwitterSupport) December 17, 2020
ଏହାଛଡା ଅନ୍ଯ କେତେକ ଆକାଉଣ୍ଟ ମଧ୍ୟ ସାମିଲ କରିବା ପାଇଁ କୁହାଯାଇଛି। ଏହି ଆକାଉଣ୍ଟ ଶିକ୍ଷା କ୍ଷେତ୍ର ସହିତ ସମ୍ବନ୍ଧ ରଖୁଥିବା ବ୍ଯକ୍ତି, ସାଇଣ୍ଟିଷ୍ଟ ଏବଂ ଧାର୍ମିକ ଗୁରୁ ଇତ୍ଯାଦି ସାମିଲ ରହିଛି। ଟ୍ବିଟରରେ ଏହି କ୍ଯାଟୋଗରୀ ଚଳିତବର୍ଷ ଶେଷ ସୁଦ୍ଧା ସାମିଲ କରାଯିବ।
କେମିତି ଜାଣିବେ ବ୍ଲୁ ଟିକ୍ ଭେରିଫିକେସନ ?
ନିଜର ଆକାଉଣ୍ଟକୁ ଲଗ୍ ଇନ କରନ୍ତୁ। ଏହା ପରେ ଆକାଉଣ୍ଟ ସେଟିଂକୁ ଯାଇ ରିକ୍ବେଷ୍ଟ ଭେରିଫିକେସନରେ ଆବେଦନ କରନ୍ତୁ।
ତା’ ପରେ କ୍ଲିକ ବଟନ ଉପରେ କ୍ଲିକ କରନ୍ତୁ। ଏଠାରେ ଏକ ନୂଆ ପେଜ ରିଡାଇରେକ୍ଟ ହେବ, ଯେଉଁଠି ଯାଇ ନିଜ ସମସ୍ତ ବିବରଣୀ ସବମିଟ୍ କରନ୍ତୁ।
ଟ୍ବିଟରରେ ଆପଣ ସବମିଟ୍ କରିବା ପରେ ସମସ୍ତ ବିବରଣୀରେ ସବମିଟରେ ସନ୍ତୁଷ୍ଟ ହେଲେ ହିଁ, ବ୍ଲୁ ଟିକ୍ ଭେରିଫିକେସନ ହୋଇଯିବ।