ଯାଜପୁର ଜେନାପୁର: ସାଙ୍ଗମାନଙ୍କ ସହ ଗାଧୋଇବା ସମୟରେ ପୋଖରୀରେ ବୁଡି ନାବାଳକର ମୃତ୍ୟୁ
ଯାଜପୁର (କେନ୍ୟୁଜ): ସାଙ୍ଗ ମାନଙ୍କ ସହ ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ବୁଡି ନାବାଳକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗାଁରେ। ସୂଚନା ମୁତାବକ, ଶ୍ୟାମସୁନ୍ଦରପୁର ଗାଁର ସୁବାସ ଚନ୍ଦ୍ର ପାଳଙ୍କ ୭ବର୍ଷର ପୁଅ ଓମ ପ୍ରକାଶ ଆଜି ସ୍କୁଲରୁ ଫେରି ସାଙ୍ଗ ମାନଙ୍କ ସହ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ସେ ପାଣିରେ ବୁଡି ଯାଇଥିଲେ।
ଏହା ଦେଖି ସ୍ଥାନୀୟ ଲୋକେ ଖୋଜାଖୋଜି କରି ଓମକୁ ପାଣିରୁ ଉଦ୍ଧାର କରି ପ୍ରଥମେ ବାଲିସାହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଜେନାପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।