କେନ୍ଦ୍ରାପଡ଼ା: ନାବାଳିକାଙ୍କୁ ଅପହରଣ କରି ପୁଣି ଗାଁ ନିକଟରେ ଛା଼ଡିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା(କେନ୍ଯୁଜ୍): ୧୪ବର୍ଷିଆ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ। ଅପହରଣର କିଛି ଘଣ୍ଟା ପରେ ପୁଣି ନାବାଳିକାଙ୍କୁ ଗାଁ ନିକଟରେ ଛାଡ଼ିଦେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଇଲାକାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳିକା ଜଣକ ତାଙ୍କ ମାମୁଁ ଘର ଆଳି ବ୍ଲକର ଠାକୁରପାଟଣା ଗାଁକୁ ଯାଉଥିବା ବେଳେ ସଂପର୍କୀୟ ଜେଜେ ଶିଶିର ନାୟକ ତାଙ୍କୁ ତାଙ୍କ ବୋଲେରୋ ଗାଡ଼ିରେ ଯିବାକୁ ଡାକିଥିଲେ। ମାତ୍ର ନାବାଳିକା ଜଣକ ମନା କରିବାରୁ ଶିଶିର ଜୋରଜବରଦସ୍ତ ତାଙ୍କୁ ଗାଡ଼ିରେ ନେଇଯାଇଥିଲେ। ତେବେ ଶିଶିର ଓ ତାଙ୍କ ସାଙ୍ଗ ତାଙ୍କୁ ସାରାରାତି ବୁଲାଇବା ପରେ ଭୋର ୪ଟା ବେଳେ ନାବାଳିକାଙ୍କ ଗାଁ ନିକଟରେ ଛାଡ଼ି ଦେଇଥିଲେ। ଏନେଇ ନାବାଳିକା ଜଣକ ଘରେ ଜଣାଇବା ପରେ ପରିବାରବର୍ଗ ଥାନାରେ ଏତଲା ଦାୟର କରିଛନ୍ତି। ପଟ୍ଟାମୁଣ୍ଡାଇ ଥାନାଧିକାରୀ ନାବାଳିକାଙ୍କ ବାପାମାଙ୍କ ସହ ଆଲୋଚନା କରିଛନ୍ତି। ଝିଅକୁ ନିଶାଶକ୍ତ କରାଯାଇଥିବା କହିଛନ୍ତି ତାଙ୍କ ବାପା। ବର୍ତ୍ତମାନ ନାବାଳିକାଙ୍କ ଚିକିତ୍ସା ଚାଲିଛି। ସେ ସୁସ୍ଥ ଦେବା ପରେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଥାନାଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.