Below header

ଟିୟୁସନ ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ,

ଛାତ୍ରୀ ଜଣଙ୍କ ସପ୍ତାହେ ତଳେ ବାହାଡ଼ାଛକରେ ଥିବା ଶ୍ୟାମ ଟ୍ୟୁଟାରିଆଲକୁ ଟିଉସନ୍‌ ଯାଇଥିଲେ । ଫତେଗଡ଼ ଗାଁର କାହ୍ନା ମାଣ୍ଡୋଇ ନାମକ ଜଣେ ଯୁବକ ଓ ତାର କିଛି ସହଯୋଗୀ ମିଶି ଛାତ୍ରୀକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।

ନୟାଗଡ଼(କେନ୍ୟୁଜ୍): ଟିୟୁସନ ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ । ପରିବାର ପକ୍ଷରୁ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ସପ୍ତାହେ ତଳେ ବାହାଡ଼ାଛକରେ ଥିବା ଶ୍ୟାମ ଟ୍ୟୁଟାରିଆଲକୁ ଟିଉସନ୍‌ ଯାଇଥିଲେ । ଫତେଗଡ଼ ଗାଁର କାହ୍ନା ମାଣ୍ଡୋଇ ନାମକ ଜଣେ ଯୁବକ ଓ ତାର କିଛି ସହଯୋଗୀ ମିଶି ଛାତ୍ରୀକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।

ଛାତ୍ରୀଙ୍କୁ ଛାଡିବା ପାଇଁ ଅଭିଯୁକ୍ତ ୧୦ଲକ୍ଷ ଟଙ୍କା ମାଗିଛନ୍ତି । ଏ ବିଷୟରେ କାହାକୁ ଜଣାଇଲେ ଝିଅକୁ ହତ୍ୟା କରିଦେବୁ ବୋଲି ଅପହରଣକାରୀ ଧମକ ମଧ୍ୟ ଦେଇଛନ୍ତି । ନୟାଗଡ଼ SPଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଛନ୍ତି ପରିବାର ଲୋକ । ଦୁଇ ଦିନ ମଧ୍ୟରେ ଝିଅକୁ ଅପହରଣ କାରୀଙ୍କ କବଳରୁ ଉଦ୍ଧାର କରାନଗଲେ ଛାତ୍ରୀଙ୍କ ପରିବାର ପକ୍ଷରୁ ଫତେଗଡ଼ ଥାନା ସମ୍ମୁଖରେ ଆତ୍ମହୂତି ଦେବେ ବୋଲି କୁହାଯାଇଛି । ସେପଟେ ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.