୨୭ରେ ନୂଆଦିଲ୍ଲୀ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ: ପୁଣି ମୋଦି ନବୀନ ହେବେ ଭେଟ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିକଶିତ ଭାରତ ଉପରେ ଆଲୋଚନା ହେବ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ରହିବେ। ପୂର୍ବରୁ ଜାନୁଆରୀ ମାସରେ ସବୁ ବିକଶିତ ଭାରତ ପ୍ରସଙ୍ଗରେ ରାଜ୍ୟର ମୁଖ୍ୟ ସଚିବଙ୍କୁ ନେଇ ବୈଠକ ହୋଇଥିଲା।

କେନ୍ୟୁଜ୍(ବ୍ୟୁରୋ): ପୁଣି ହେବ ମୋଦି -ନବୀନ ଭେଟ। ଆସନ୍ତା ୨୭ରେ ନୂଆଦିଲ୍ଲୀ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ ବସୁଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିକଶିତ ଭାରତ ଉପରେ ଆଲୋଚନା ହେବ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ରହିବେ। ପୂର୍ବରୁ ଜାନୁଆରୀ ମାସରେ ସବୁ ବିକଶିତ ଭାରତ ପ୍ରସଙ୍ଗରେ ରାଜ୍ୟର ମୁଖ୍ୟ ସଚିବଙ୍କୁ ନେଇ ବୈଠକ ହୋଇଥିଲା।

ଗତ ୬ମାସ ଭିତରେ ଏହା ଉପରେ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି। ଏହି ବୈଠକରେ ୨୦୪୭ରେ ଓଡ଼ିଶା ପାଇଁ କଣ ରୋଡମ୍ୟାପ୍‌ ରହିଛି, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଆଗରେ କିଛି ପ୍ରସ୍ତାବ ରଖିପାରନ୍ତି। ସେପଟେ ମେ ୨୮ରେ ନୂଆ ସଂସଦ ଉଦଘାଟନ ହେବ । ନୀତି ଆୟୋଗର ବୈଠକର ଦିନକ ପରେ ସଂସଦ ଭବନ ଉଦଘାଟନ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଯୋଗଦେବାର ସମ୍ଭାବନା ରହିଛି।

ଗୁରୁତ୍ୱପୂର୍ଣ୍ଣ କଥା ହଉଛି, ଚଳିତ ମେ ମାସରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଏହା ତୃତୀୟ ଭେଟଘାଟ ହେବାକୁ ଯାଉଛି। ମେ ୧୧ରେ ନୂଆଦିଲ୍‌ୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିଲା। ଗତକାଲି ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଭର୍ଚୁଆଲରେ ଉପସ୍ଥିତ ଥିଲେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁଣି ଆସନ୍ତା ୨୭ରେ ମୋଦି-ନବୀନଙ୍କର ଭେଟଘାଟ ହେବାକୁ ଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.