Below header

ଓଟିଭି MDଙ୍କ ବଢିଲା ଅଡୁଆ, ଗଣଦୁଷ୍କର୍ମ ଘଟଣାର ତଥ୍ୟ ଲୁଚାଉଥିବାର ମହିଳା ଥାନାରେ ଅଭିଯୋଗ କଲା ଷ୍ଟେଟ ପ୍ରୋଗ୍ରେସିଭ୍‌ ଓମେନ୍‌ ଫୋରମ୍

କେନ୍ୟୁଜ୍(ବ୍ୟୁରେ):  ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ OTV ଏଚ୍‌ଆର ମୁଖ୍ୟଙ୍କୁ ପଚରାଉଚରା । ମହିଳା ଥାନାରେ ପଚରାଉଚରା କରାଯାଇଛି । ପୂର୍ବାହ୍ନ ୧୧ଟା ୪୦ରେ ସେ ହଜାର ହୋଇଥିଲେ । ଥାନାରେ ହାଜର ହେବାକୁ ତାଙ୍କୁ ପୂର୍ବରୁ ନୋଟିସ୍‌ ଦେଇଥିଲା ମହିଳା ଥାନା ପୋଲିସ । ପୀଡ଼ିତା ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ପଚରାଉଚରା କରିଛି ପୋଲିସ । ପୂର୍ବରୁ ଓଟିଭି ଇନପୁଟ ହେଡ୍‌, ଆଉଟପୁଟ୍‌ ହେଡ୍‌ ଓ ଗତକାଲି ସହକାରୀ ଏଚ୍‌ଆରଙ୍କୁ ପଚରାଉଚରା କରିଥିଲା ପୋଲିସ ।

ଓଟିଭି MDଙ୍କ ନାଁରେ । ଷ୍ଟେଟ ପ୍ରୋଗ୍ରେସିଭ୍‌ ଓମେନ୍‌ ଫୋରମ୍‌ ପକ୍ଷରୁ ମହିଳା ଥାନାରେ ଅଭିଯୋଗ ହୋଇଛି ।   ଘଟଣାରେ ପୀଡ଼ିତାଙ୍କ ମା’ଙ୍କୁ  ଓଟିଭି MD ଚାପ ପକାଇବା ସହ ଗଣଦୁଷ୍କର୍ମ ଘଟଣାର ତଥ୍ୟ ଲୁଚାଉଛନ୍ତି ବୋଲି  ଫୋରମ୍ ଅଭିଯୋଗ କରିଛି  ।  ପୀଡିତା ମା’ଙ୍କ ସହ ଅଡିଓ ବାର୍ତ୍ତାଳାପରୁ ଏହା ସ୍ପଷ୍ଟ ହେଉଛି ଯେ ଗଣଦୁଷ୍କର୍ମ ହୋଇଥିବା ନେଇ ତଥ୍ୟ ମାଗୁଛନ୍ତି MD । ତାଙ୍କୁ ପୋକ୍ସୋ ଆକ୍ଟ-୨୧ ଅନୁସାରେ ଗିରଫ କରାଯାଉ ବୋଲି ଷ୍ଟେଟ ପ୍ରୋଗ୍ରେସିଭ୍‌ ଓମେନ୍‌ ଫୋରମ୍‌ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.