ଟ୍ୟାକ୍ସ ଫାଙ୍କିବା ମାମଲାରେ ଇଜ୍ରାଏଲି ଟପ ମଡେଲ ବାର ରେଫେଲିଙ୍କୁ ଅଜବ ଦଣ୍ଡ, ୯ ମାସ ଯାଏ କରିବାକୁ ପଡ଼ିବ ଏଭଳି କାମ

ଇଜ୍ରାଏଲର ଟପ ମଡେଲ ବାର ରେଫେଲିଙ୍କୁ ଟ୍ୟାକ୍ସ ଫାଙ୍କିବା ମାମଲାରେ କୋର୍ଟ ଅଜବ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ରେଫେଲିଙ୍କୁ ଆଗାମୀ ୯ ମାସ ଯାଏ ସାମୁଦାୟିକ ସେବା କରିବାକୁ ଆଦେଶ ଦେଇଛନ୍ତି। ସେପଟେ ତାଙ୍କ ମା’ଙ୍କୁ ମଧ୍ୟ ୧୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୩୫ ବର୍ଷୀୟା ରେଫେଲି ଓ ତାଙ୍କ ମା’ଙ୍କ ନାଁରେ ୧୦ ମିଲିୟନ ଡଲାର ଆୟ ଉପରେ ଟ୍ୟାକ୍ସ ଫାଙ୍କିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି ଦୀର୍ଘଦିନ ଧରି ଚାଲିଥିଲା।

ଜୁଲାଇ ମାସରେ ଉଭୟ ମା’, ଝିଅଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କୋର୍ଟ ଏହାର ୧ ମାସ ପରେ ସେପ୍ଟେମ୍ବରରେ ଦଣ୍ଡାଦେଶ ଶୁଣାଇଥିଲେ। ତେଲ ଅବିବ କୋର୍ଟହାଉସରେ ଶୁଣାଣି ବେଳେ ରେଫେଲି, ତାଙ୍କ ମା’ ଜିପି ଓ ବାପା ରଫି ମଧ୍ୟ ଉପସ୍ଥିତ ଥିଲେ। ତେବେ କୋର୍ଟ ଜିପିଙ୍କୁ ଆସନ୍ତା ମାସ ଜେଲ ପଠେଇବାକୁ ଆଦେଶ ମଧ୍ୟ ଦେଇଛନ୍ତି।

dd

ଇଜ୍ରାଏଲର ଆଇନ ଅନୁସାରେ, ଯଦି କେହି ୧ କ୍ୟାଲେଣ୍ଡର ବର୍ଷରେ ଏକ ନିଶ୍ଚିତ ଦିନରେ ଇଜ୍ରାଏଲରେ ବିତାଏନାହିଁ, ତା’ହେଲେ ତାକୁ ତା’ ଆୟ ଉଲ୍ଲେଖ କରିବା ଜରୁରୀ ହୋଇ ନ ଥାଏ। ଏହି କାରଣରୁ ରେଫେଲି ଦାବି କରିଥିଲେ ଯେ ସେ ପ୍ରାୟତଃ ବିଦେଶରେ ହିଁ ରହିଥାନ୍ତି। ଏଥିପାଇଁ ଆୟ ଘୋଷଣା କରିବା ଜରୁରୀ ନ ଥିଲା। ସରକାରୀ ପକ୍ଷ ତାଙ୍କ ଦାବିକୁ ଖାରଜ କରି ସେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଥିଲା। ଏପରିକି, କୋର୍ଟରେ ଦାଖଲ ପ୍ରମାଣରେ ଏହାକୁ ଠିକ ଦର୍ଶାଯାଇଥିଲା।

୧.୫ ମିଲିୟନ ଡଲାର ଜରିମାନା

ଦଣ୍ଡ ସାଙ୍ଗକୁ କୋର୍ଟ ରେଫେଲିଙ୍କୁ ୧.୫ ମିଲିୟନ ଡଲାରର ଜରିମାନା ରାଶି ମଧ୍ୟ ଲଗାଇଛନ୍ତି। ତେବେ ଏହି ଦଣ୍ଡ ଯୋଗୁ ରେଫେଲିଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପଡ଼ିଛି। କାରଣ, ତାଙ୍କୁ ବିଦେଶରେ ଇଜ୍ରାଏଲର ଅନଅଫିସିଆଲ ରାଜଦୂତ ଭାବେ ଜଣାଯାଉଥିଲା। ଟିଭିର ଜଣାଶୁଣା ଚେହେରା ହୋଇଥିବାରୁ ବିଜ୍ଞାପନ ଦୁନିଆରେ ତାଙ୍କର ଦବଦବା ଥିଲା। ପୂରା ଇଜ୍ରାଏଲ ରାସ୍ତାରେ ତାଙ୍କ ବିଜ୍ଞାପନର ସାଇନବୋର୍ଡ ଦେଖିବାକୁ ମିଳିବ।

ss

ଲିଓନାର୍ଡୋ ଡିକ୍ୟାପ୍ରିୟୋ ସହ ଅଫେୟାର

ବାର ରେଫେଲି ହଲିଉଡ ଆକ୍ଟର ଲିଓନାର୍ଡୋ ଡିକ୍ୟାପ୍ରିୟୋଙ୍କ ସହ ଦୀର୍ଘ ଦିନ ଧରି ଅଫେୟାରରେ ରହିଥିଲେ। ଗତବର୍ଷ ରେଫେଲି ତେଲ ଅବିବରେ Eurovision Song Contestକୁ ହୋଷ୍ଟ କରିଥିଲେ। ସେ ନିଜର ହାଇ ପ୍ରୋଫାଇଲ ମଡେଲିଂ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି।

Leave A Reply

Your email address will not be published.